ଅମାନବୀୟ ଘଟଣା: ମକା ଖାଇଦେଲା ଗୋରୁ, ଗୁଳି ମାଡ଼ରେ ଗୋରୁ ଚରାଳି ମୃତ
ମକା ଫସଲ ଖାଇଦେଲା ଗୋରୁ । ଏଥିପାଇଁ ଗୁଳି ମାଡ଼ର ଶିକାର ହେଲେ ଗୋରୁ ଚରାଳି । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ । ଗୁଳି ମାଡ଼ରେ ଗୋରୁ ଚରାଳିଙ୍କ ମୃତ୍ୟୁ ହୋଇଛି ।
ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କରିଛି ଜମି ମାଲିକ । ମୃତ ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀ ଗାଁର ମାଦି ପଡ୍ରା । ପୁଲିସ ଅଭିଯୁକ୍ତ ଆକାଶ ପଡ୍ରାକୁ ଗିରଫ କରିଛି ।

ଖବର ଅନୁଯାୟୀ, ଗାଁ ନିକଟରେ ଥିବା ଜମିରେ ମକା ଚାଷ କରିଥିଲେ ଆକାଶ । ଗତକାଲି ମାଦି ସେହି ଜମି ନିକଟକୁ ଗୋରୁ ଗାଈକୁ ଚରାଇବାକୁ ନେଇଥିଲେ । ମାଦିଙ୍କ ଗାଈ ମକା ଫସଲ ଖାଇ ଦେଇଥିଲା । ଆକାଶ ଉତ୍ତ୍ୟକ୍ତ ହୋଇ ଦେଶୀ ବନ୍ଧୁକ ଆଣି ମାଦିଙ୍କୁ ଗୁଳିକରି ହତ୍ୟା କରିଥିଲେ ।
ସନ୍ଧ୍ୟାରେ ଗୋରୁଗାଈ ଘରକୁ ଫେରିଥିଲେ ହେଲେ ମାଦି ଆଉ ଫେରିନଥିଲା । ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଜମି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଦିଙ୍କୁ ପାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମାଦିଙ୍କୁ ମୃତ ଘୋଷଣା କରିଥିଲେ ।
ଏ ନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ ଅଭିଯୁକ୍ତ ଆକାଶକୁ ଗିରଫ କରିଛି । ଆକାଶକୁ କୋଠର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ମାଦିଙ୍କ ପରିବାର ଲୋକେ ଦାବି କରିଛନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications