ଉମେଶ ପାଲ ଅପହରଣ ମାମଲାରେ ଅତିକ୍ କୁ ଆଜୀବନ କାରାଦଣ୍ଡ

ଲକ୍ଷ୍ନୌ : ଉମେଶ ପାଲ ଅପହରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ମାଫିଆ ଅତିକ୍ ଅହମ୍ମଦ ସମେତ ତିନିଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହିତ ସମସ୍ତଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କତରାଯାଇଛି । ଏହି ମାମଲାରେ ଅଭିଯୁକ୍ତଙ୍କୁ ପ୍ରାୟ 18 ବର୍ଷ ପରେ ଦଣ୍ଡିତ କରାଯାଇଛି ।
ମଙ୍ଗଳବାର ଦିନ ପ୍ରୟାଗରାଜରେ ସାଂସଦ-ବିଧାୟକ କୋର୍ଟର ରାୟ ଆସିଛି । ଏହି ମାମଲାରେ ମାଫିଆ ଅତିକ୍ ଅହମ୍ମଦ ଦୋଷୀ ସାବ୍ୟସ୍ତ ହୋଇଛି । ଅତିକ୍ ବ୍ୟତୀତ ଏହି ମାମଲାରେ ସାମିଲ ଥିବା ତାର ଭାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି । ପୂର୍ବ ଆଦେଶ ଅନୁଯାୟୀ, ସମସ୍ତ ଅଭିଯୁକ୍ତ ଏହି ଦଣ୍ଡ ଘୋଷଣା କରିବା ସମୟରେ କୋର୍ଟରେ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଉମେଶ ପାଲ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ହେପାଜତ ସମୟରେ ପୂର୍ବତନ ସାଂସଦ ତଥା ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ସୁରକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି । ଜଷ୍ଟିସ ଅଜୟ ରାସ୍ତୋଗି ଏବଂ ଜଷ୍ଟିସ ବେଲ ଏମ ତ୍ରିବେଦୀଙ୍କ ଏକ ବେଞ୍ଚ ଅତିକ୍ ଅହମ୍ମଦଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦାବିରେ ସୁରକ୍ଷା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଅନୁମତି ଦେଇଛି ।












Click it and Unblock the Notifications