Get Updates
Get notified of breaking news, exclusive insights, and must-see stories!

ଶ୍ରଦ୍ଧା ହତ୍ୟା ମାମଲା : ନ୍ୟାୟିକ ହେପାଜତରେ ତିହାର ଜେଲକୁ ଗଲା ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ

ଶ୍ରଦ୍ଧା ୱାକର ହତ୍ୟା ମାମଲା ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଆଜି ଅପରାହ୍ନରେ ଦିଲ୍ଲୀ କୋର୍ଟ ନ୍ୟାୟିକ ହେପାଜତରେ ଜେଲକୁ ପଠାଇଛନ୍ତି । ଏହାପୂର୍ବରୁ ଅଫତାବକୁ ଆମ୍ବେଦକର ଡାକ୍ତରଖାନାରୁ ନିଆଯାଇଥିଲା ।

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟା ମାମଲା ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଆଜି ଅପରାହ୍ନରେ ଦିଲ୍ଲୀ କୋର୍ଟ ନ୍ୟାୟିକ ହେପାଜତରେ ଜେଲକୁ ପଠାଇଛନ୍ତି । ଏହାପୂର୍ବରୁ ଅଫତାବକୁ ଆମ୍ବେଦକର ଡାକ୍ତରଖାନାରୁ ନିଆଯାଇଥିଲା । ସେଠାରେ ତାର ଡାକ୍ତରୀ ଯାଞ୍ଚ କରାଯାଇଥିଲା । ତାକୁ ଆଜି ତିହାର ଜେଲକୁ ନିଆଯିବ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହସ୍ପିଟାଲରେ କୋର୍ଟ ଗଠନ କରାଯାଇଥିଲା । ଏଥି ସହ ହତ୍ୟା ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ତାକୁ ହେପାଜତରେ ନେବାକୁ ଅନୁରୋଧ କରିଥିଲେ ।

aftab poonawalla

ଆମ୍ବେଦକର ହସ୍ପିଟାଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ଆଜି ସକାଳେ ପୋଲିସ ତାକୁ ଡାକ୍ତରୀ ପରୀକ୍ଷା ପାଇଁ ନେଇଥିଲା । ଅଉତାବ ପୁନାୱାଲାକୁ ଜନସାଧାରଣ ତଥା ଗଣମାଧ୍ୟମଠାରୁ ଦୂରରେ ରଖିବା ପାଇଁ ପୋଲିସ ଅତିରିକ୍ତ ପଦକ୍ଷେପ ନେଇଥିଲା । ଦିଲ୍ଲୀ ପୋଲିସ ଅପରାହ୍ନ ପ୍ରାୟ 2.30 ସମୟରେ ଅଫତାବ ସହିତ ଡାକ୍ତରଖାନାକୁ ଆସି ତାକୁ ଡାକ୍ତରଖାନା ଭିତରେ ଥିବା ଏକ କୋଠରୀରେ ରଖିଥିଲା । ସେଠାରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଅଫତାବର ପୋଲିସ ହେପାଜତ ବୃଦ୍ଧି କରିବା ପରିବର୍ତ୍ତେ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।

ଦିଲ୍ଲୀ ପୋଲିସ ଆଶଙ୍କା ପ୍ରକାଶ କରିଛି ଯେ ଶ୍ରଦ୍ଧାଙ୍କ ହତ୍ୟା ଦିଲ୍ଲୀରେ ଘଟିଛି କିନ୍ତୁ ସମଗ୍ର ଷଡଯନ୍ତ୍ର ହିମାଚଳ ପ୍ରଦେଶରେ କରାଯାଇଥିଲା । ଏହି ମାମଲାର ସମାଧାନ ପାଇଁ ଦିଲ୍ଲୀ ପୋଲିସ ପାଞ୍ଚଟି ରାଜ୍ୟରେ ତଦନ୍ତ କରୁଛି । ମୁମ୍ବାଇରେ ଶ୍ରଦ୍ଧା ଏବଂ ଅଫତାବ ର ଘନିଷ୍ଠ ବନ୍ଧୁମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଗୁରୁଗ୍ରାମରେ ମଧ୍ୟ ଶ୍ରଦ୍ଧାଙ୍କ ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ପାଇଁ ପୋଲିସ ଅନେକ ଥର ଖୋଜାଖୋଜି କରିଛି ।

ଏହି ସମୟରେ, ଖବର ଆସୁଛି ଯେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଫ୍ଲାଟକୁ ଆଣିଥିବା ମହିଳଆ ବୃତ୍ତିରେ ଜଣେ ଡାକ୍ତର । ପୋଲିସ ଉକ୍ତ ମହିଳାଙ୍କୁ ଚିହ୍ନଟ କରିଛି । ମହିଳା ଜଣକ ଫ୍ଲାଟକୁ ସେତେବେଳେ ଆସିଥିଲେ, ଯେତେବେଳେ ଶ୍ରଦ୍ଧାଙ୍କ କଟା ଶରୀର ଫ୍ରିଜରେ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+