ବନ୍ଧା ହେଲେ ଆପାର୍ଟମେଣ୍ଟ ଲୁଟେରା, 9 ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ୍
ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜଧାନୀରେ ଆତଙ୍କ ମଚାଇଥିଲେ କିଛି ଲୁଟେ୍ରା । ତାଙ୍କ ଟାର୍ଗେଟ୍ ରେ ଥିଲା ଆପାର୍ଟମେଣ୍ଟ । ବିଭିନ୍ନ ଅଞ୍ଚଳର ଆପାର୍ଟମେଣ୍ଟରେ ବୁଲାଉଥିଲେ କଳାକନା । ସବୁଦିନ ଚୋର ଘର ଅନ୍ଧାର ନୁହଁ ଭଳି ଆଜି ଧରାପଡ଼ିଛି ଏହି ଗ୍ୟାଙ୍ଗ । ଏହି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶରେଟ୍ ପୋଲିସ୍ ।

ଗ୍ୟାଙ୍କର 9 ଜଣ ଧରା ପଡ଼ିଛନ୍ତି । ସେମାନଙ୍କଠାରୁ ନଗଦ 3 ଲକ୍ଷ 20 ହଜାର ଟଙ୍କା, ଦେଢ଼ କେଜି ପାଖାପାଖି ରୁପା ଅଳଙ୍କାର, କିଛି ସୁନା ଅଳଙ୍କାର, 4 ଟି ବାଇକ୍, 8ଟି ମୋବାଇଲ୍ ଓ ଲୁଟ୍ ପାଇଁ ବ୍ୟବହାର କରୁଥିବା କିଛି ସାମଗ୍ରୀ ଜବତ କରାଯାଇଛି । ଏ ନେଇ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
କମିଶନରେଟ ପୋଲିସ ହାତରେ ଧରା ପଡିବା ପରେ, ଅଭିଯୁକ୍ତଙ୍କର କ୍ରାଇମସିନ ରି କ୍ରିଏସନ କରାଯାଉଛି । କେଉଁ ଆପାର୍ଟମେଣ୍ଟରେ ପଶି କେମିତି ଲୁଟ କରୁଥିଲେ ତାର ଗୋଟି ଗୋଟି କରି ପୁଲିସ ଆଗରେ ବଖାଣିଛନ୍ତି ଏହି ଲୁଟେରା ।
ଅନ୍ୟପଟେ ଏହି ଅପରାଧୀଙ୍କ ଅପରାଧର ତାଲିକା ବେଶ ଲମ୍ବା । ଏହି ଗ୍ୟାଙ୍ଗରେ ଥିବା 9 ଅଭିଯୁକ୍ତଙ୍କ ମଧ୍ୟରୁ 8 ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସମସ୍ତଙ୍କ ନାଁରେ ମାଳମାଳ ଅଭିଯୋଗ ରହିଥିବା ବେଳେ, ଗଞ୍ଜାମର ମୃତ୍ୟୁଞ୍ଜୟ ସାହୁ ନାଁରେ ତିନୋଟି ହତ୍ୟା ମାମଲା ରହିଛି । ସେହିପରି ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ୍ ଦାଦାକୁ ବି ହାତ କଡି ପିନ୍ଧାଇଛି ପୁଲିସ । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବେ ବୋଲି ପୋଲିସ କମିଶନର କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି, ଏପର୍ଯ୍ୟନ୍ତ ଏହି ଗ୍ୟାଙ୍ଗର 9 ଜଣ ସଦସ୍ୟ ଧରାପଡ଼ିଛନ୍ତି । ଏହି ଗ୍ୟାଙ୍ଗର ମୁଖ୍ୟ ହେଉଛନ୍ତି ଗିରିଶ ନାଏକ ଓରଫ ଦାଦା । ତାଙ୍କ ନାଁରେ ଦୁଇଟି ହତ୍ୟା ମାମଲା ମଧ୍ୟ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଜେରାରୁ ଜଣାପଡ଼ିଛି ଯେ ମଞ୍ଚେଶ୍ୱରର 'ସ୍ପେଶ୍ ଟାଉନ୍' ଲୁଟ୍ରେ ଏହି ଗ୍ୟାଙ୍ଗର ସଂପୃକ୍ତି ରହିଛି । 'ସ୍ପେଶ ଟାଉନ୍'ରେ 4 ଟି ଫ୍ଲାଟ୍ରୁ ଚୋରି ହୋଇଥିଲା । ଏହା ସହିତ ଭୁବନେଶ୍ୱରରେ ଆହୁରି 6 ଟି ମାମଲାରେ ଏହି ଗ୍ରୁପ ସଂପୃକ୍ତ ଥିବା ଜଣାପଡ଼ିଛି ।
ଏହି ଗ୍ରୁପ୍ର ଆଉ ଜଣେ ସଦସ୍ୟ ହେଉଛନ୍ତି ବୁଲୁ ପାତ୍ର । ତା ନାଁରେ ଗଞ୍ଜାମରେ 40/50 ମାମଲା ରହିଥିବା ଖବର ମିଳିଛି । 2015 ରେ ସେ ଏକ ଗହଣା ଦୋକାନରୁ 8 କିଲୋ ସୁନା ଲୁଟି ନେଇଥିଲେ । ସେହି ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ହେଉଛନ୍ତି ମୃତ୍ୟୁଞ୍ଜୟ ସାହୁ । ତାଙ୍କ ନାଁରେ ବହୁତ ମାମଲା ରହିଛି। ତା ନାଁରେ 3 ଟି ହତ୍ୟା ମାମଲା ମଧ୍ୟ ଥିବା ଜଣାପଡ଼ିଛି ।
ଏହି ଗ୍ୟାଙ୍ଗ କେବଳ ଓଡ଼ିଶାରେ ସକ୍ରିୟ ନଥିଲା । ସେମାନେ ଛତିଶଗଡ଼, ମୁମ୍ବାଇ ଓ ହାଇଦ୍ରାବାଦରେ ମଧ୍ୟ ଲୁଟ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ସେଠାକାର ପୁଲିସ୍ ସହିତ ଯୋଗାଯୋଗ କରାଯିବ ବୋଲି ସେ କହିଛନ୍ତି ।
ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଏହି ଗ୍ୟାଙ୍ଗକୁ ମୁଖ୍ୟତଃ ଗିରିଶ ନାଏକ ଓ ବୁଲୁ ପାତ୍ର ଚଲାଉଥିଲେ । ଯେତେବେଳେ ଯାହା ଅପରାଧ କରିବାର ଥାଏ, ସେମାନେ ଅନ୍ୟ ସଦସ୍ୟମାନଙ୍କୁ ଯୋଗାଯୋଗ କରିଥାଏ । ଗିରିଶ ନାଏକ ଦିନ ବେଳେ ରେକି କରନ୍ତି । ତା'ପରେ ରାତିରେ ଯାଇ ଲୁଟନ୍ତି । ରାତି ଗୋଟାଏ ରୁ 3ଟା ଭିତରେ ସେମାନେ ଲୁଟ୍ କରୁଥିଲେ । ଲୁଟ୍ କରିବା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲି ଯାଉଥିଲେ । ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ । ରାଜ୍ୟର ଅନ୍ୟ କୌଣସି ଜିଲ୍ଲାରେ କୌଣସି ମାମଲାରେ ସେମାନଙ୍କ ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପଚରାଉଚରା କରାଯିବ । ସେହିପରି ରାଜ୍ୟ ବାହାରେ କେଉଁ କେଉଁ ରାଜ୍ୟରେ କ'ଣ ଅପରାଧ ଘଟାଇଛନ୍ତି, ସେ ନେଇ ମଧ୍ୟ ତଦନ୍ତ ହେବ । ପରବର୍ତ୍ତୀ ସମୟରେ ସମୟରେ ସଂପୃକ୍ତ ରାଜ୍ୟଗୁଡ଼ିକର ପୁଲିସ୍ ସହିତ ଯୋଗାଯୋଗ କରାଯିବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications