ଏମିତି ନବ ଦାସଙ୍କୁ ଗୁଳି କରିଥିଲା ଗୋପାଳ, ସାମ୍ନାକୁ ଆସିଲା ଗୁଳି ମାରିବା ସମୟର ଫଟୋ
ଫଟୋରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ ଗୁଳି ମାରୁଥିବାର ଦେଖିବାକୁ ମିଳିଛି । କାର୍ ନିକଟରେ ଗହଳି ଭିତରେ ଗୋପାଳ ଅତି ନିକଟରେ ଥାଇ ନବ ଦାସଙ୍କୁ ଗୁଳି କରୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି ।

ଭୁବନେଶ୍ୱର : ଗତ କିଛି ଦିନ ହେବ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ନବ ଦାସ ହତ୍ୟାକାଣ୍ଡ ଉପରୁ ପୋଲିସ୍ ପରଦା ହଟାଇ ପାରିନଥିବା ବେଳେ ଏବେ ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ ଗୁଳି ମାରୁଥିବାର ଦେଖିବାକୁ ମିଳିଛି । କାର୍ ନିକଟରେ ଗହଳି ଭିତରେ ଗୋପାଳ ଅତି ନିକଟରେ ଥାଇ ନବ ଦାସଙ୍କୁ ଗୁଳି କରୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି ।
ଆପଣଙ୍କୁ କହି ରଖୁଛୁ ଗତ ଜାନୁଆରୀ 29 ତାରିଖ ସ୍ପଷ୍ଟ ଦିବାଲୋକରେ ଗୋପାଳ ଦାସ ଝାରସୁଗୁଡ଼ା ଗାନ୍ଧୀ ଛକ ନିକଟରେ ନବ ଦାସଙ୍କୁ ଗୁଳି କରିଥିଲା । ଏହା ପରେ ନବ ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ତାଙ୍କର ଦେହାନ୍ତ ହୋଇଥିଲା ।
ଏହି ଘଟଣାରେ ଅଭିଯୁକ୍ତ ବହିଷ୍କୃତ ଏଏଏସ୍ଆଇ ଗୋପାଳ କୁ ପୋଲିସ ଗିରଫ କରି ତନାଘନା ଜାରି ରଖିଛି । ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ତିନି ଥର ରିମାଣ୍ଡରେ ନେବା ସହ ଗୋପାଳର ପଲିଗ୍ରାଫ୍ ଟେଷ୍ଟ, ନାର୍କୋ ଟେଷ୍ଟ କରିବା ପରେ ମଧ୍ୟ ଗୋପାଳ କାହିଁକି ଏଭଳି କାଣ୍ଡ ଭିଆଇଲା ସେ ନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ । ଏବେ ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇଛି ।












Click it and Unblock the Notifications