For Quick Alerts
Turn On Notification  
For Daily Alerts
Oneindia App Download

ଜେଲରେ ଗୁଳିକାଣ୍ଡ : ମୁକିମ କାଲା ସମେତ ତିନିଜଣଙ୍କର ମୃତ୍ୟୁ

ଶୁକ୍ରବାର ସକାଳେ ଚିତ୍ରକୂଟ୍ ଜିଲ୍ଲା ଜେଲ୍ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ଜେଲରେ ଥିବା କଏଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସଂଘର୍ଷରେ ଗୁଳି ଲାଗିବା ଫଳରେ ମେରାଜୁଦ୍ଦିନ୍ ଏବଂ ମୁକିମ କାଲାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

|

ଚିତ୍ରକୂଟ : ଖବର ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲା ଜେଲର । ଶୁକ୍ରବାର ସକାଳେ ଚିତ୍ରକୂଟ୍ ଜିଲ୍ଲା ଜେଲ୍ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ଜେଲରେ ଥିବା କଏଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସଂଘର୍ଷରେ ଗୁଳି ଲାଗିବା ଫଳରେ ମେରାଜୁଦ୍ଦିନ୍ ଏବଂ ମୁକିମ କାଲାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଗୁଳିବିନିୟମରେ ଅଂଶୁଲ ଦୀକ୍ଷିତକୁ ମଧ୍ୟ ଗୁଳି ଲାଗିଥିଲା, ଯାହାକୁ ଚିକିତ୍ସା ପାଇଁ ଡାକ୍ତରକାନାରା ଭର୍ତ୍ତି କରାଯାଇଥିଲା ।

chitrakoot jail

ତେବେ ଚିକିତ୍ସା ସମୟରେ ଅଂଶୁଲ ଦୀକ୍ଷିତର ମଧ୍ୟ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଜିଲ୍ଲା କାରାଗାରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଏଥି ସହ ଡିଏମ-ଏସପି ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନାଯୋଗ୍ୟ, କଏଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ଶୁକ୍ରବାର (ମଇ 14) ଦିନ ପ୍ରାୟ 10 ଟା ସମୟରେ ଚିତ୍ରକୂଟ୍ ଜିଲ୍ଲା ଜେଲରେ ଘଟିଛି । ସୂଚନା ଅନୁଯାୟୀ, ଅଂଶୁଲ ଦୀକ୍ଷିତ ଏବଂ ମୁକିମ କାଲା ମଧ୍ୟରେ କୌଣସି ଏକ କଥାକୁ ନେଇ ବିବାଦ ହୋଇତିଲା । ଏହା ପରେ ଅଂଶୁଲ ଦୀକ୍ଷିତ ଗୁଳୁକରି ମେରାଜୁଦ୍ଦିନ ଏବଂ ମୁକିମ କାଲାକୁ ହତ୍ୟା କରିଥିଲା ।

up jail firing

ମୁକିମ କାଲା ପଶ୍ଚିମ ଉତ୍ତରପ୍ରଦେଶର ଏକ ଗ୍ୟାଙ୍ଗଷ୍ଟର ଥିଲା । ଜେଲ ଭିତରେ ହୋଇଥିବା ଗୁଳିକାଣ୍ଡରେ ପୋଲିସ ଅଂଶୁଲ ଦୀକ୍ଷିତକୁ ଏନକାଉଣ୍ଟର କରିଛି । ନିକଟରେ ଅଂଶୁଲକୁ ସୁଲତାନପୁର ଜେଲରୁ ଚିତ୍ରକୂଟ୍ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଅଂଶୁଲ ମଧ୍ୟ ପୂର୍ବାଞ୍ଚଳର ବଡ଼ ଗ୍ୟାଙ୍ଗଷ୍ଟର ।

ଚିତ୍ରକୂଟ ପ୍ରଶାସନର ସୂଚନା ଅନୁଯାୟୀ, ମୁସିମ କାଲା ଏବଂ ମେରାଜୁଦ୍ଦିନଙ୍କୁ ହତ୍ୟା କରିବା ପରେଅଂଶୁଲ ଦୀକ୍ଷିତ ପାଞ୍ଚ ଜଣ କଏଦୀଙ୍କୁ ବନ୍ଧକ ରଖିଥିଲା । ଏହି ସମୟରେ ଜେଲ ପ୍ରଶାସନ ଅଂଶୁଲକୁ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ କହିଥିଲେ, କିନ୍ତୁ ସେ ଶୁଣି ନଥିଲା । ଏହା ପରେ ଅଂଶୁଲ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ପୋଲିସ୍ ଗୁଳିରେ ଅଂଶୁଲ ଆହତ ହୋଇଥିଲା । ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାର ମୃତ୍ୟୁ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Clash Between Two Prisoners In Chitrakoot District Jail
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X