NSE ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ବିରୋଧରେ ସିବିଆଇ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଅନିୟମିତତା ଅଭିଯୋଗରେ ସିବିଆଇ ତାଙ୍କ ବିରୋଧରେ ମାମଲା ରୁଜୁ କରୁଛି ।
ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ବିରୋଧରେ ସିବିଆଇ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଅନିୟମିତତା ଅଭିଯୋଗରେ ସିବିଆଇ ତାଙ୍କ ବିରୋଧରେ ମାମଲା ରୁଜୁ କରୁଛି । ଗୋଟିଏ ଦିନ ପୂର୍ବରୁ ଟିକସ ଛାଡ ମାମଲାରେ ଆୟକର ବିଭାଗ ଚିତ୍ରା ରାମକୃଷ୍ଣଙ୍କ ଘରେ ଚଢାଉ କରିବା ପରେ ସିବିଆଇ ପକ୍ଷରୁ ଏହି ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଚିତ୍ରା ରାମକୃଷ୍ଣଙ୍କ ବ୍ୟତୀତ ଅନ୍ୟ ଜଣେ ପୂର୍ବତନ ସିଇଓ ରବି ନାରାୟଣ ଏବଂ ପୂର୍ବତନ ସିଇଓ ଆନନ୍ଦ ସୁବ୍ରମଣ୍ୟମଙ୍କ ବିରୋଧରେ ମଧ୍ୟ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିବିଆଇ ଆଜି ମୁମ୍ବାଇରେ ରାମକୃଷ୍ଣଙ୍କୁ ପଚରାଉଚରା କରୁଛି ଏବଂ ରାମକୃଷ୍ଣ, ଆନନ୍ଦ ସୁବ୍ରମଣ୍ୟମ୍ ଏବଂ ରବି ନାରାୟଣ (NSE ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ) ଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି । 2018 ରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।












Click it and Unblock the Notifications