ଭାଇ-ଭଉଣୀ ସମ୍ପର୍କରେ ଦାଉ ସାଝିଲା ଟଙ୍କା, ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ
କେନ୍ଦୁଝର: ପ୍ରତିବର୍ଷ ଭଉଣୀ କେତେ ସ୍ନେହ ଶ୍ରଦ୍ଧାରେ ଭାଇ ହାତରେ ରାକ୍ଷୀ ବାନ୍ଧେ । ନିଜ ଭଉଣୀକୁ ସୁରକ୍ଷା ଦେବ ବୋଲି ଭାଇ ବି କଥା ଦିଏ । ଭାଇ ସାଥିରେ ଥିଲେ ଭଉଣୀ ଡ଼ର ଭୟ ଭୁଲିଯାଏ । କିନ୍ତୁ ଏ ସମ୍ପର୍କରେ ଦାଉ ସାଜିଲା କିଛି ଟଙ୍କା । ସମାନ୍ୟ ଟଙ୍କା କେଇଟା ପାଇଁ ନିଜ ଭଉଣୀକୁ ଗୁଳଇ କରି ହତ୍ୟା କରିବାକୁ ପଛେଇଲାନି ଭାଇ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମରେ ନିଜ ଭାଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଭଉଣୀକୁ ହତ୍ୟା କରିଛି । ଏପରିକି ନିଜେ ଥାନାରେ ଆତ୍ମସମର୍ପଣ କରିଛି ଭାଇ ।
ଗୁରୁତର ଭଉଣୀକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।
ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନ୍ ମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାର ଭଉଣୀ ମାଳତୀ ବାରିକକୁ ଟଙ୍କା ମାଗିଥିଲା । କିନ୍ତୁ ସେ ଟଙ୍କା ନ ଦେବାରୁ ଭାଇ ପ୍ରସନ୍ନ ଉତକ୍ଷିପ୍ତ ହୋଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ମାଳତୀଙ୍କର କାନ୍ଧ ତଳେ ବାଜିଥିଲା ।
ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖଛି । ଏହା ସହ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ପଚରାଉଚରା କରିଛି ଓ ଘଟଣାର ତଦନ୍ତ କରୁଛି ।












Click it and Unblock the Notifications