ପୁଣି ଘୁଞ୍ଚିଲା ଆର୍ୟନ୍ ଜାମିନ ଆବେଦନ ଶୁଣାଣି, ଆସନ୍ତା କାଲି ହାଇକୋର୍ଟରେ ହେବ ଶୁଣାଣି
ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିନାହିଁ । ଆର୍ଯ୍ୟନଙ୍କ ଜାମିନ ଶୁଣାଣିକୁ ବମ୍ବେ ହାଇକୋର୍ଟ ଆସନ୍ତାକାଲି ଯାଏଁ ଘୁଞ୍ଚାଇଛନ୍ତି । ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚେଣ୍ଟ ଏବଂ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳି ନାହିଁ ।
ମୁମ୍ବାଇ : ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିନାହିଁ । ଆର୍ଯ୍ୟନଙ୍କ ଜାମିନ ଶୁଣାଣିକୁ ବମ୍ବେ ହାଇକୋର୍ଟ ଆସନ୍ତାକାଲି ଯାଏଁ ଘୁଞ୍ଚାଇଛନ୍ତି । ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚେଣ୍ଟ ଏବଂ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳି ନାହିଁ । ବୁଧବାର ଜାମିନ ମିଳିନଥିବା ବେଳେ ଗୁରୁବାରକୁ ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି ଜଷ୍ଟିସ ସାମ୍ବ୍ରେ । ଗୁରୁବାର ଅପରାହ୍ନ 2.30 ରେ ଏହି ମାମଲାର ଆଉ ଥରେ ଶୁଣାଣି କରାଯିବ । ଫଳରେ ଆଜି ବି ଆର୍ଯ୍ୟନ ଜେଲରେ ରହିବେ।

ମଙ୍ଗଳବାର ଦିନ ମଧ୍ୟ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ନେଇ ଶୁଣାଣି ହୋଇଥିଲା। ତାଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଆର୍ଯ୍ୟନ ଖାନଙ୍କ ନିକଟରୁ କୗଣସି ଡ୍ରଗ୍ସ ଜବତ କରାଯାଇ ନାହିଁ । ପ୍ରଦିପ ଗାବା ଆର୍ଯ୍ୟନଙ୍କୁ ଅତିଥି ଭାବେ କ୍ରୁଜକୁ ଡାକିଥିଲେ । ଯେଉଁ ଅଭିଯୋଗ ଆଦୌ ହୋଇନାହିଁ ସେହି ଅଭିଯୋଗ ପାଇଁ ଆର୍ଯ୍ୟନ ଜେଲରେ ଅଛନ୍ତି ବୋଲି ତାଙ୍କ ଓକିଲ ଯୁକ୍ତି କରିଥିଲେ । ତେବେ ଆସନ୍ତା କାଲି ଆର୍ଯ୍ୟନଙ୍କ ବେଲ ମାମଲାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ନିଷ୍ପତ୍ତି ନେଇଥିଲେ ।
ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଗତ ଅକ୍ଟୋବର 2 ତାରିଖରୁ ଜେଲରେ ରହି ଆସୁଛନ୍ତି । ସେସନ୍ କୋର୍ଟ ଦୁଇ ଥର ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏନସିବି ଗତ ଅକ୍ଟୋବର 2 ତାରିଖରେ ଆର୍ଯ୍ୟନଙ୍କୁ କ୍ରୁଜ୍ ସିପରେ ଆୟୋଜିତ ରେଭ୍ ପାର୍ଟିରେ ଗିରଫ କରିଥିଲା । ଏହି ଚଢାଉରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ସମେତ ମୁନମୁନ ଧମେଚା ଓ ଅର୍ବାଜ ମର୍ଚ୍ଚାଣ୍ଟକୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରେ ଗିରଫ ସଂଖ୍ୟା 20 ଛୁଇଁଥିଲା ।












Click it and Unblock the Notifications