ଜାଲ୍ ସାର୍ଟିଫିକେଟ୍ ର ପର୍ଦ୍ଦାଫାସ୍, 20 ଜଣଙ୍କୁ ଅଟକ ରଖିଛି ବଲାଙ୍ଗୀର ପୋଲିସ

ଭୁବନେଶ୍ୱର : ଜାଲି ସାର୍ଟିଫିକେଟ୍ ର ପର୍ଦ୍ଦାଫାସ୍ କରିଛି ବଲାଙ୍ଗୀର ପୋଲିସ୍ । ପୋଷ୍ଟ ଅଫିସରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ମାମଲାରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ୟୁନିଭର୍ସିଟି ନାଁରେ ତିଆରି ହେଉଥିଲା ଜାଲ ସାର୍ଟିଫିକେଟ । ଏହା ଉପରେ ଚଢାଉ କରିବା ସହ ଜବତ ହୋଇଛି ଜାଲ୍ ସାର୍ଟିଫିକେଟ ।
କୋଚିଂ ସେଣ୍ଟରରେ ତିଆରି ହେଉଥିଲା ଏହି ଜାଲି ସାର୍ଟିଫିକେଟ୍ । ପୋଲିସର ଚଢ଼ାଉ କରି ଏହି କଳା କାରନାମାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦଗାତା ସହ 20 ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗୀର କଲେଜ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ପୋଲିସର ଚଢ଼ାଉ ଜାରି ରହିଛି । ଏଠି ତିଆରି ହେଉଥିଲା ଜାଲ ସାର୍ଟିଫିକେଟ । ଜିଲ୍ଲା ଶିକ୍ଷାଧିକାରୀ ଓ ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସିଲ୍ ମଧ୍ୟ ଜବତ ହୋଇଛି ।ଲାପଟପ୍, କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ ସମାଗ୍ରୀ ଜବତ ହୋଇଛି ।
ଗ୍ରାମୀଣ ଡାକ ସେବା ପଦବୀ ପାଇଁ ଆବେଦନ ବେଳେ ମାଳମାଳ ଜାଲ ସାର୍ଟିଫିକେଟ ଧରାପଡ଼ିଥିଲା । ଡାକ ବିଭାଗର ଯାଞ୍ଚ ବେଳେ ଧରାପଡ଼ିଛି 37 ରୁ ଅଧିକ ଜାଲ୍ ସାର୍ଟିଫିକେଟ । ପୋଷ୍ଟାଲ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୟୁପିରୁ ସାର୍ଟିଫିକେଟ ଇସ୍ୟୁ ହୋଇଥିବା କହି ବଲାଙ୍ଗୀରରେ ଏହି ନକଲି ସାର୍ଟିଫିକେଟ ତିଆରି ହେଉଥିବା ଜଣାପଡିଛି ।ଏବେ ବି ଚଢ଼ାଉ ଜାରି ରହିଛି ।












Click it and Unblock the Notifications