ସହାୟିକାଙ୍କୁ ନିର୍ଯାତନା ଦେଇ ଗିରଫ ହେଲେ ବିଜେପି ନେତ୍ରୀ ସୀମା ପାତ୍ର
ଝାଡଖଣ୍ଡରେ ଆଦିବାସୀ ଘରୋଇ ସହାୟତାକୁ ନିର୍ଯାତନା ଦେଇଥିବା ଅଭିଯୋଗରେ ସୀମା ପାତ୍ରଙ୍କୁ ଗିରଫ କରାଯାଇଛି । ସୀମା ତାଙ୍କ ସହାୟିକାଙ୍କୁ ଘରେ କଏଦ କରି ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି ।
ରାଞ୍ଚି : ଝାଡଖଣ୍ଡରେ ଆଦିବାସୀ ଘରୋଇ ସହାୟତାକୁ ନିର୍ଯାତନା ଦେଇଥିବା ଅଭିଯୋଗରେ ସୀମା ପାତ୍ରଙ୍କୁ ଗିରଫ କରାଯାଇଛି । ସୀମା ତାଙ୍କ ସହାୟିକାଙ୍କୁ ଘରେ କଏଦ କରି ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି । ସୀମା ବିଜେପିର ମହିଳା ୱିଙ୍ଗର ଜାତୀୟ କାର୍ଯ୍ୟ କମିଟିର ସଦସ୍ୟ ଥିଲେ । ତାଙ୍କ ସ୍ୱାମୀ ମହେଶ୍ୱର ପାତ୍ର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ସୀମା ପାତ୍ରଙ୍କୁ କୋର୍ଟରେ ହାଜର କରାଯିବ ଏବଂ ଜେଲକୁ ପଠାଯିବ । ଗିରଫ ହେବା ଭୟରେ ସୀମା ଫେରାର ହୋଇଯାଇଥିଲେ, ପରେ ରାଞ୍ଚିର ଅରଗୋଡ଼ା ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା । ବୁଧବାର ସକାଳେ ସୀମାଙ୍କୁ ଗିରଫ କରାଯାଇଛି ।

ପୀଡ଼ିତା ଜଣକ ତାଙ୍କ ଉପରେ ହୋଇଥିବା ନିର୍ଯାତନା ନେଇ କହିଛନ୍ତି, ସୀମା ପାତ୍ର ତାଙ୍କୁ ବେଳେବେଳେ ଗରମ ତାୱାରେ ଚେଙ୍କ ଦେଉଥିବା ସହ ଲୁହା ରଡ଼ରେ ମାରି ଦାନ୍ତ ଭାଙ୍ଗିଦେଇଥିଲେ । ଏପରିକି ଭୋକିଲା ଶୋଷିଲା କରି କୋଠରୀରେ ବନ୍ଦ ରଖିଥିଲେ । କେବଳ ଏତିକି ନୁହେଁ, ସୀମା ସହାୟିକାଙ୍କୁ ଜିଭରେ ପରିସ୍ରା ସଫା କରିବାକୁ ବାଧ୍ୟ କରିଥିଲେ । ସହାୟିକା ଜଣକ କହିଛନ୍ତି ସେ ବର୍ଷ ବର୍ଷ ଧରି ସୂର୍ଯ୍ୟ କିରଣ ଦେଖି ନାହାଁନ୍ତି । ଗତ 8 ବର୍ଷ ଧରି ତାଙ୍କ ଉପରେ ଏହିପରି ଅତ୍ୟାଚାର କରାଯାଇଥିଲା ।
ଆପଣଙ୍କୁ କହି ରଖୁଛୁ, ଝାଡଖଣ୍ଡର ଗୁମଲା ସହରର ଜଣେ ଯୁବତୀ ସୀମା ପାତ୍ର ପରିବାରରେ ପ୍ରାୟ 10 ବର୍ଷ ହେଲା କାମ କରୁଥିଲେ । ପଡୋଶୀଙ୍କ ସୂଚନା ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ମୁକ୍ତ କରିଥିଲା । ପୀଡିତା ରାଞ୍ଚିର RIMS ରେ ଚିକିତ୍ସିତ ହେଉଛନ୍ତି । ସୀମା ପାତ୍ର ବିଜେପି ଜାତୀୟ ମହିଲା ମୋର୍ଚ୍ଚା କାର୍ଯ୍ୟ କମିଟିର ସଦସ୍ୟ ତଥା ରାଜ୍ୟ ବିଜେପି କାର୍ଯ୍ୟ କମିଟିର ସଦସ୍ୟ ଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ତାଙ୍କୁ ନିଲମ୍ବନ କରିଛି ।












Click it and Unblock the Notifications