ସାମ୍ନାକୁ ଆସିଲା ଅଭିଯୁକ୍ତର ହ୍ୱାଟସ୍ଆପ୍ ଚାଟ୍, ଆତ୍ମହତ୍ୟା ପୂର୍ବରୁ ସାଙ୍ଗମାନଙ୍କ ପାଇଁ ଲେଖିଥିଲା ଏମିତି କିଛି ମେସେଜ୍

ଭୀମଟାଙ୍ଗିରେ ମହିଳାଙ୍କୁ ବୀଭତ୍ସ ହତ୍ୟା ପଛର ଫିଟୁଛି ଗୁମର। ସାମ୍ନାକୁ ଆସିଲା ଅଭିଯୁକ୍ତର ହ୍ୱାଟସ୍ଆପ୍ ମେସେଜ୍। ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କୁ ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କୁ ବୀଭତ୍ସ ହତ୍ୟା ପଛର ଫିଟୁଛି ଗୁମର। ସାମ୍ନାକୁ ଆସିଲା ଅଭିଯୁକ୍ତର ହ୍ୱାଟସ୍ଆପ୍ ମେସେଜ୍। ହତ୍ୟା ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କୁ ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପ୍ରିୟଙ୍କାଙ୍କ ଘରୁ ମିଳିଥିବା ସୁଇସାଇଡ୍ ନୋଟ୍ ରୁ ଜଣାପଡିଥିଲା ଯେ, ପ୍ରଥମେ ପୁଅକୁ ମାରିଥାନ୍ତା ଜଗନ୍ନାଥ । ପୁଅକୁ ମାରିଲା ପରେ ପ୍ରିୟଙ୍କାଙ୍କୁ ମାରି କରିଥାନ୍ତା ଆତ୍ମହତ୍ୟା । ଏବେ ପୁଣି ଅଭିଯୁକ୍ତ ଜଗନ୍ନାଥର ହ୍ବାଟସଆପ୍ ଚାଟ୍ ସାମ୍ନାକୁ ଆସିଛି ।

 Bhubaneswar Murder Case

ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ଜଗନ୍ନାଥଙ୍କ ହ୍ୱାଟସ୍ଆପ୍ ମେସେଜ୍

ଆଉ ରାଗିବନି ମୋ ଉପରେ...

...ମୁଁ ଦୁନିଆ ଛାଡ଼ିକି ଯାଉଛି...ପ୍ଲିଜ ମୋତେ କ୍ଷମା କରିଦିଅ...

ଏ ରିଙ୍କି...ମୁଁ ଯାହାକୁ ଭଲ ପାଉଥିଲି, ସେ ମୋତେ ବରବାଦ୍ କରିଦେଲା...

ମୁଁ ‌ଆଉ ବଞ୍ଚିବା ପରିସ୍ଥିତିରେ ନଥିଲି...

ସରି ଭାଇ ମାନେ ମୋତେ କ୍ଷମା କରିଦେବ...

ମୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲି...

ମୁଁ ଆଉ ଫେରିବିନି...ତୁମମାନଙ୍କ ଭଲ ପାଇବା ସାଥିରେ ନେଇକି ମୁଁ ଯାଉଛି...

ମୋ ପାଖରେ ଆଉ କିଛି ରାସ୍ତା ନାହିଁ...

ବଡ଼ଭାଇ ମାନଙ୍କୁ ମୋ ଅନୁରୋଧ...ମୋ ବାଇକରେ ବାକିଥିବା କିସ୍ତି ସବୁ ମିଶିକି ଦେଇଦେବେ...

ଫାଇନାନ୍ସକୁ ବାଇକ୍ ନଦେବାକୁ ନିବେଦନ...

ରହିଲି...ବାବାଜୀ ପରିବାରରୁ ମୁଁ ବିଦାୟ ନେଉଛି ସବୁଦିନ ପାଇଁ....

ଅନ୍ୟପଟେ ମୃତ ପ୍ରିୟଙ୍କାଙ୍କର ଜଗନ୍ନାଥଙ୍କ ସହ ସଂପର୍କ ଥିଲାବୋଲି ଗିରଫ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା' ସାବିତ୍ରୀ ପ୍ରଧାନ କରିଛନ୍ତି । ସେ କହିଛନ୍ତି ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ଥିଲା। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା । ତେବେ ବିବାହ ପରେ ଜଗନ୍ନାଥଙ୍କ ସହ ସମ୍ପର୍କ ରଖିନଥିଲା ପ୍ରିୟଙ୍କା । ଗତବର୍ଷ ଲକଡାଉନରୁ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ପୁଣି ଏହି ସମ୍ପର୍କରେ ତିକ୍ତତା ଆସିଥିଲା।

ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଉଭୟ ଜଗନ୍ନାଥ ଓ ପ୍ରିୟଙ୍କା ପରସ୍ପରକୁ ଜାଣିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ଯେଉଁ ଘଟଣା ଘଟାଇଛି, ତାହା ଯୋଜନାବଦ୍ଧ ଥିଲା। ମିଳିଥିବା ଚିଠି ଅନୁସାରେ ସେ ପ୍ରଥମେ ମୃତ ମହିଳାଙ୍କ ପୁଅକୁ ହତ୍ୟା କରିଥା'ନ୍ତା। ସେ ଆହୁରି କହିଛନ୍ତି ଯେ ପ୍ରିୟଙ୍କାଙ୍କ ଘରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଜୋରଜବରଦସ୍ତ ପଶିବାର କୌଣସି ପ୍ରମାଣ ମିଳିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+