For Quick Alerts
Turn On Notification  
For Daily Alerts
Oneindia App Download

ଭୁବନେଶ୍ୱର ଭୀମଟାଙ୍ଗି ହତ୍ୟାକାଣ୍ଡ: ସ୍ୱାମୀଙ୍କୁ ସ୍ତ୍ରୀର ଲାଇଭ୍ ମର୍ଡ଼ର ଦୃଶ୍ୟ ପଠାଇଥିଲା ଅଭିଯୁକ୍ତ ଜଗନ୍ନାଥ

ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଭିଡିଓ କଲ କରିଥିଲା । ଏକ ଅଜଣା ନମ୍ବରରୁ ସ୍ବାମୀ ରାକେଶଙ୍କ ହ୍ୱାଟ୍ସଆପକୁ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ଦେଖିଥିଲେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶରୀର ।

|

ଭୁବନେଶ୍ଵର: ସ୍ତ୍ରୀକୁ କରୁଥିଲା ହତ୍ୟା । ଆଉ ଏହାର ଲାଇଭ ଭିଜୁଆଲ ଦେଖାଉଥିଲା ସ୍ବାମୀକୁ । ରାଜଧାନୀ ଭୀମଟାଙ୍ଗି ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଏବେ ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ ।

Bhubaneswar Murder Case

ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଭିଡିଓ କଲ କରିଥିଲା । ଏକ ଅଜଣା ନମ୍ବରରୁ ସ୍ବାମୀ ରାକେଶଙ୍କ ହ୍ୱାଟ୍ସଆପକୁ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ଦେଖିଥିଲେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶରୀର । ଆଉ ଫୋନ କଲ ପାଇବା ପରେ ଘର ମାଲିକଙ୍କୁ ଅବଗତ କରାଇଥିଲେ । ଘର ମାଲିକ ତଳକୁ ଗଲା ବେଳକୁ ଘର ଭିତରୁ ଲକ ଥିଲା । ଘର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ରାକେଶଙ୍କ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।

ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଆଜି ସକାଳେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ମହିଳାଙ୍କ ସହ ସେହି ଘର ଭିତରୁ ଜଣେ ଯୁବକଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହାତ କାଟି, ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୁଲିସ କହିଛି । ଗୁରୁତର ଅବସ୍ଥାରେ ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କେଉଁ କାରଣକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି, ସେ ନେଇ ଖୋଳତାଡ଼ କରୁଛି କମିଶନରେଟ୍ ପୁଲିସ। ସେପଟେ ଅଭିଯୁକ୍ତ ମହିଳାଙ୍କ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିବା ଯୋଜନାରେ ଥିଲା, ମାତ୍ର ପଡ଼ୋଶୀଙ୍କ ଘରେ ଥିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଛି ।

ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସମ୍ପର୍କ କ'ଣ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟକୁ ମଧ୍ୟ ଜବତ କରିଛି ପୋଲିସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bhubaneswar Murder Case: Accused Made A Video Call to her husband After killed wife
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X