Get Updates
Get notified of breaking news, exclusive insights, and must-see stories!

ଦିନରେ ଭିକାରୀ ବେଶ, ରାତିରେ ଘରେ ପଶି ଚୋରି... ପୋଲିସ୍ ହାତରେ ପୁରା ଗ୍ୟାଙ୍ଗ୍

ଭଦ୍ରକ: ଦିନ ସାରା ଘର ଘର ବୁଲି ଭିକ ମାଗୁଥିଲେ । ଏହି ବାହନାରେ ଘର ଉପରେ ରହୁଥିଲା ନଜର । ଦିନରେ ଭିକାରୀ ବେଶରେ ଘରର ସ୍ଥିତି ପରଖିବା ପରେ ରାତିରେ କରୁଥିଲେ ଟାର୍ଗେଟ୍ । ସୁଯୋଗ ଦେଖି ଘରେ ପଶି ବୁଲାଇ ଦେଉଥିଲେ କଳାକନା । ଏପରିକି ପ୍ରତିବାଦ କଲେ ଘରର ଲୋକଙ୍କ ଉପରେ ହେଉଥିଲା ମାଡ଼ ।

ଏମିତି ଏକ ଭିକାରୀ-ଚୋର ଗ୍ୟାଙ୍ଗ୍ କୁ ଧରିଛି ଭଦ୍ରକ ପୋଲିସ୍ । ଏହା ସହ ନଗଦ ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି । ଏହି ରାକେଟ୍‌ର ଚେର କେନ୍ଦ୍ରାପଡ଼ାକୁ ଲମ୍ୱିଥିବା ଜଣାପଡ଼ିଛି ।

crime

ମିଳିଥିବା ସୂଚନା ଅନୁସାରେ, ସାବରଙ୍ଗ ଥାନା ଚଣ୍ଡିଗାଁ ପଞ୍ଚାୟତରେ ଗତ କିଛି ଦିନ ହେଲା ଲଗାତାର ଭାବେ ଚୋରି ହେଉଥିଲା । ଚୋରମାନେ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ଚୋରି କରୁଥିଲେ । ଏନେଇ ବାରମ୍ୱାର ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ସାବରଙ୍ଗ ଥାନା ପୋଲିସ୍‌ । ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ପୋଲିସ୍‌ର ସନ୍ଦେହକୁ ଆସିଥିଲେ ପଗଡ଼ ଗାଁର ଅଜୁ ଦାସ, ରାଜୁ ଦାସ ଓ ରାମ ଦାସ । ପୋଲିସ୍‌ ସେମାନଙ୍କୁ ଉଠାଇ ଆଣି ଘନଘନ ଜେରା କରିଥିଲା ।

ଜେରା ବେଳେ ସତ ଓଗାଳିଥିଲେ 3 ଅଭିଯୁକ୍ତ । ସେମାନଙ୍କ ତଥ୍ୟ ଆଧାରରେ ପୋଲିସ୍‌ କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସକୁ ଗିରଫ କରିଥିଲା । ପରେ ତିହିଡି ଥାନା ଅଞ୍ଚଳର ଦୁଃଖକୁ ମଧ୍ୟ ଗିରଫ କରିଥିଲା । ଚୋରି ହୋଇଥିବା ସୁନା ଗହଣା କିଣିଥିବା ଦୋକାନୀ ରମାକାନ୍ତ ସାହୁଙ୍କୁ ମଧ୍ୟ ଗିରଫ କରିଛି ସବରଙ୍ଗ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ଚୋରି ହୋଇଥିବା ସୁନା ଗହଣା, ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ।

ଭଦ୍ରକ ଏସ୍‌ଡିପିଓ ସୌରଭ ଓତାଙ୍କ କହିବା ଅନୁସାରେ ରାତିରେ ଚୋରି ପାଇଁ ଯାଉଥିଲେ ଚୋର । ସେମାନଙ୍କ ଭିତରୁ 3 ଜଣ ଘର ଭିତରକୁ ଯାଉଥିଲେ । ବାହାରେ ଜଗୁଥିଲେ 2 ଜଣ । ବାହାରେ ଜଗୁଥିବା ଚୋର ଭିତରକୁ ଯାଇଥିବା ସାଥୀଙ୍କୁ ସ୍ଥିତି ସମ୍ପର୍କରେ ସୂଚନା ଦେଉଥିଲେ । ତା'ପରେ ଚୋରି କରି ଚମ୍ପଟ ମାରୁଥିଲେ । ଏହି ମାମଲାରେ 6 ଜଣ ଗିରଫ ହୋଇଛନ୍ତି । ଏଥିରେ ଆହୁରି ଅନେକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଭଦ୍ରକ ଏସ୍‌ଡିପିଓ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+