ଅୱଧେଶ ରାୟ ହତ୍ୟା ମାମଲା: ମୁଖତାର୍ ଅନସାରୀକୁ ଆଜୀବନ କାରାଦଣ୍ଡ, ଏକ ଲକ୍ଷ କୋଡିଏ ହଜାର ଟଙ୍କା ଜରିମାନା

ବାନ୍ଦା ଜେଲରେ ବନ୍ଦ ଥିବା ମୁଖତାର ଅନସାରୀକୁ ବାରଣାସୀର ଏମପି-ଏମ୍ଏଲ୍ଏ କୋର୍ଟ ଅୱଧେଶ ରାୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ମୁଖତାରକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ମୁଖତାର ଅନସାରୀ ଉପରେ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି ।
ମୁଖତାର ଅନସାରୀକୁ ସୋମବାର ଅପରାହ୍ନ 2 ଟାରେ ସ୍ୱତନ୍ତ୍ର ଜଜ୍ ଏମପି -ଏମଏଲଏ କୋର୍ଟ ଅବ୍ନିଶ ଗୌତମ ଦଣ୍ଡିତ କରିଛନ୍ତି । ପୋଲିସର ଚାର୍ଜସିଟ ଏବଂ ପରୀକ୍ଷଣ ତଥା ଏହି ମାମଲାରେ ସାକ୍ଷ୍ୟ ଗ୍ରହଣ ପରେ ସୋମବାର କୋର୍ଟ ଏହି ରାୟ ଶୁଣାଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ପୋଲିସ ଫୋର୍ସ କୋର୍ଟ ପରିସର ବାହାରେ ନିୟୋଜିତ ରହିଥିଲା ।
ସୋମବାର ଦିନ ବାନ୍ଦା ଜେଲରେ ରହୁଥିବା ମୁଖାର୍ ଅନସାରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା । ମଧ୍ୟାହ୍ନ 12 ଟାରେ ମୁଖତାର କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହା ପରେ ଅପରାହ୍ନ 2 ଟାରେ କୋର୍ଟ ଦଣ୍ଡବିଧାନ ଶୁଣାଣି କରିଥିଲେ ।












Click it and Unblock the Notifications