ପ୍ରେମିକ ବିବାହ କରିବାକୁ ମନା କରିବାରୁ ବିଷ ଖାଇଦେଲେ 6 ଝିଅ, ତିନି ଜଣଙ୍କର ମୃତ୍ୟୁ
ପ୍ରେମରେ ବିଫଳ ହୋଇଥିବା ଜଣେ ଯୁବତୀ ଏବଂ ତାଙ୍କର 5 ବାନ୍ଧବୀ ବିଷ ପିଇଦେଇଥିଲେ । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଔରଙ୍ଗାବାଦ : ବିହାରର ଔରଙ୍ଗାବାଦ ଜିଲ୍ଲାର କାସମା ପୋଲିସ ଷ୍ଟେସନ ଅଞ୍ଚଳର ଚିରୌଲା ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପ୍ରେମରେ ବିଫଳ ହୋଇଥିବା ଜଣେ ଯୁବତୀ ଏବଂ ତାଙ୍କର 5 ବାନ୍ଧବୀ ବିଷ ପିଇଦେଇଥିଲେ । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣା ହେଉଛି ଏପରି । ଭାଇର ଶଳା ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଥଲା । ସେ ବିବାହ କରିବାକୁ ମନା କରିଦେବାରୁ ଯୁବତୀ ବିଷ ଖାଇଦେଇଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଝିଅଙ୍କର ବୟସ 14 ବର୍ଷ ହୋଇଥିବାବେଳେ ଜଣେ 15 ବର୍ଷର । ସମସ୍ତ ତିନି ଜଣ ଭିନ୍ନ ପରିବାରର । ତିନି ନାବାଳିକାଙ୍କ ମୃତ୍ୟୁ ପରେ ସମଗ୍ର ଗାଁରେ ଶୋକ ଛାୟା ଖେଳିଯାଇଛି ।
ଏହି ଘଟଣା କୁ ନେଇ ବଘୌରା ପଞ୍ଚାୟତର ମୁଖ୍ୟ ଅନୁଜ ସିଂହ କହିଛନ୍ତି ଯେ ଗାଁର ଝିଅ ନିଜ ପ୍ରେମିକଙ୍କୁ ଭେଟିବାକୁ ଗୁରାରୁ ଯାଇଥିଲେ । ତାଙ୍କ ସହ ଭଉଣୀ ଏବଂ 4 ଜଣ ଝିଅ ମଧ୍ୟ ଯାଇଥିଲେ । ପ୍ରେମିକ ଏବଂ ଏମାନଙ୍କ ମଧ୍ୟରେ କିଛି ଘଟିଥିଲା । ଗାଁକୁ ଫେରିବା ପରେ ସମସ୍ତେ ବିଷ ପିଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ଗୟା ମଗଧ ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ତିନିଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଏଠାରେ ତିନିଜଣ ନାବାଳିକାଙ୍କ ମୃତ୍ୟୁ ପରେ ମୃତ ଦେହର ବ୍ୟବଚ୍ଛେଦ ପାଇଁ ସଦର ଡାକ୍ତରଖାନାରେ ପହଞ୍ଚିଥିବା ସମ୍ପର୍କୀୟମାନେ କିଛି କହିବାକୁ ମନା କରିଦେଇଥିଲେ । ଦୁଇ ମୃତକଙ୍କ ବାପା କହିଛନ୍ତି ଯେ ସେମାନେ କିଛି ଜାଣି ନାହାଁନ୍ତି । ସେମାନେ କାମ ପାଇଁ ଚାଲିଯାଇଥିଲେ । କାଲି ଏତିକି ଜାଣିଛନ୍ତି ଯେ ଝିଅ ବିଷ ଖାଇଦେଇଛି । ଫଳରେ ତାର ମୃତ୍ୟୁ ହୋଇଛି












Click it and Unblock the Notifications