ଅଶାନ୍ତ ରାଜଧାନୀ, ଲୁଟ୍ ଉଦ୍ୟମ କରି ସିକ୍ୟୁରିଟି ଗାର୍ଡଙ୍କୁ ହାଣିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ପାର୍ବଣ ଋତୁରେ ଅଶାନ୍ତ ରାଜଧାନୀ । ଲୁଟପାଟ୍, ଚୋରୀ, ଆକ୍ରମଣର ଆଡ୍ଡାସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଜନଗହଳି ପୂର୍ଣ୍ଣ ସ୍ଥାନ ହେଉ ଅବା ଆପାର୍ଟମେଣ୍ଟ କଳା କାରନାମା କରିବାକୁ ତିଳେମାତ୍ର ସଙ୍କୋଚ କରୁନାହାଁନ୍ତି ଦୁବୃର୍ତ୍ତ । ରାଜରାସ୍ତାର ଖଣ୍ଡା, ଭୁଜାଲାଧାରୀ ବୁଲୁଛନ୍ତି ।

ଗତକାଲି ଇନଫୋସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ନେଇ ଖବର ଆସିବା ପରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଅଟୋ ସୋରୁମରେ ଲୁଟ୍ ଯୋଜନା ରଖି ଆସିଥିବା ବେଳେ ଡ୍ୟୁଟିରେ ଥିବା ଜଣେ ସିକ୍ୟୁରିଟି ଗାର୍ଡକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।

attack on security guard

ଏକ ଅଟୋ ସୋ ରୁମରେ ଡ୍ୟୁଟି କରୁଥିବା ଅବସ୍ଥାରେ ଏହି ଘଟଣା ଘଟିଛି । ଆହତ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସ K1 ସଂସ୍ଥାରେ କାମ କରୁଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ପୁରୀ ବାଇପାସ୍ ରୋଡ ମଙ୍ଗରାଜ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି । ଏବେ ଯାଏଁ ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ ।

ଆକ୍ରମଣର ଶିକାର ହୋଇଥିବା ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଲୁଟ୍ ଉଦ୍ଦେଶ୍ୟରେ ଆସି ଲୁଟେରାମାନେ ବିଫଳ ହେବାରୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି ।

ପାର୍ବଣ ଋତୁରେ ଅପରାଧୀଙ୍କୁ ସାବାଡ୍ କରିବା ସହ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ରାତି ତମାମ୍ ପଇଁତରା ମାରୁଛି ପୋଲିସ୍ । କିନ୍ତୁ ରାଜଧାନୀ ଛାତି ଉପରେ ଗୋଟିଏ ପରେ ଗୋଟିଏ ଚୋରୀ, ଆକ୍ରମଣ ଓ ଅପହରଣ ଖବର ପୋଲିସ୍ ର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+