ଏଟିଏମ୍ ତାଡ଼ି ଲୁଟିନେଲେ 20 ଲକ୍ଷ, ଫୁଟାଇଲେ ବୋମା
ବାଲେଶ୍ୱର: ଏଟିଏମ ତାଡ଼ି ଲୁଟିନେଲେ 20 ଲକ୍ଷ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ହୋଇଛି ଲୁଟ୍ । ଗ୍ୟାସ କଟରରେ ଏଟିଏମ କାଟି ଲୁଟିନେଲେ 20 ଲକ୍ଷ ଟଙ୍କା । ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେ 6ରୁ ଅଧିକ ଲୁଟେରା ଆସିଥିଲେ । ପରେ ଖଇରାର ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମକୁ ଗ୍ୟାସ କଟରରେ କାଟି 20 ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଞ୍ଚି ଛାନଭିନ ଆରମ୍ଭ କରିଛି । ଖଇରା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି ଯାହାକୁ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା କହିଛନ୍ତି ।
ସେହିପରି ସୋର ଥାନା ମଙ୍ଗଳପୁରରେ ଥିବା PNBର ATMରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ।












Click it and Unblock the Notifications