Get Updates
Get notified of breaking news, exclusive insights, and must-see stories!

ଅତିକ୍-ଅଶରଫ ହତ୍ୟା ମାମଲା, ଶାହଗଞ୍ଜ SO ସମେତ 5 ପୋଲିସ୍ ନିଲମ୍ବିତ

ଲକ୍ଷ୍ନୌ : ଅତିକ୍ ଅହମ୍ମଦ ଏବଂ ଅଶରଫ ହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟି ଏହାର ତଦନ୍ତ ଆରମ୍ଭ କରିଛି । ଅପ୍ରେଲ 18 ମଙ୍ଗଳବାର ଦିନ, ଏସଆଇଟି ଶାହଗଞ୍ଜର SO ସମେତ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରିଥିଲା । ପଚରାଉଚରା ପରେ ଅଧିକାରୀଙ୍କ ଉପରେ ନିଲମ୍ବନ ବାଜିଛି ।

Atiq Ahmed murder case

ଏସଆଇଟିର ଅନୁସନ୍ଧାନ ଏବଂ ରିପୋର୍ଟ ଆଧାରରେ ପ୍ରଥମ ନିଲମ୍ବନ ଛାଟ ଶାହଗଞ୍ଜର ପୋଲିସ କର୍ମୀ ଅଶ୍ୱାନୀ କୁମାର ସିଂହଙ୍କ ଉପରେ ପଡିଛି । ଏସଆଇଟି ରିପୋର୍ଟ ପରେ ଶାହଗଞ୍ଜର SO ଅଶ୍ୱାନୀ କୁମାର ସିଂହଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ସମେତ ଦୁଇ ସବ୍-ଇନ୍ସପେକ୍ଟର ଏବଂ ଦୁଇ କନଷ୍ଟେବଳଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କୁହାଯାଉଛି ଯେ ଘଟଣାସ୍ଥଳରେ ସତର୍କତା ଅବଲମ୍ବନରେ ଅବହେଳା କରିଥିବା ନଜର ଆସିବା ପରେ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାପୂର୍ବରୁ ପ୍ରୟାଗରାଜ ପୋଲିସ ଅତିକ୍ ଏବଂ ଅଶରଫଙ୍କୁ ହତ୍ୟା କରିଥିବା ତିନିଜଣ ସୁଟରଙ୍କୁ ସିଜେଏମ୍ କୋର୍ଟକୁ ନେଇଥିଲା ।
ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ସିଜେଏମ୍ କୋର୍ଟରେ ହାଜର କରିଥିଲା । ପୋଲିସ ଏହି ତିନି ଜଣ ସୁଟରଙ୍କୁ 14 ଦିନ ରିମାଣ୍ଡରେ ମାଗିଥିଲେ, କିନ୍ତୁ କୋର୍ଟ ଏହି ତିନି ଜଣ ସୁଟରଙ୍କ ଚାରି ଦିନିଆ ରିମାଣ୍ଡର ମଞ୍ଜୁରୀ ଦେଇଛନ୍ତି ।

ଏଥି ସହିତ, ବର୍ତ୍ତମାନ ଏସଆଇଟି ଟିମ୍ ପୋଲିସ ସହାୟତାରେ ଖୁଲଦାବାଦ ଏବଂ ଶାହାଗଞ୍ଜ ମଧ୍ୟରେ ପ୍ରାୟ 40 ଟି ସିସିଟିଭି କ୍ୟାମେରାର ଫୁଟେଜ ସ୍କାନ କରିଛି । କେଲଭିନ ହସ୍ପିଟାଲରେ କ୍ରାଇମବ୍ରାଞ୍ଚ ପରିଦର୍ଶନ କରିଛି । କୁହାଯାଉଛି ଯେ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପରେ ଏସଆଇଟି କେଲଭିନ ହସ୍ପିଟାଲରେ ଏହି ଘଟଣାର ରିକ୍ରିଏସନ୍ କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+