ଗୁଡ୍ଡୁ ମୁସଲିମର ବରଗଡ଼ ଲିଙ୍କ ! ପୁରୀ ପରେ ବରଗଡ଼ରେ ଛାନଭିନ୍ କରୁଛି ୟୁପି ଏସଟିଏଫ୍
ଭୁବନେଶ୍ୱର: ଅତିକ୍ ଅହମ୍ମଦ ହତ୍ୟା ପରେ ତାର ଅତି ଖାସ୍ ଲୋକ କୁହାଯାଉଥିବା ଗୁଡ୍ଡୁ ମୁସଲିମ୍ କୁ ଖୋଜୁଛି ଉତ୍ତର ପ୍ରଦେଶ ପୋଲିସ । ଏ ନେଇ ସମସ୍ତ ଇନପୁଟ୍ କୁ ନେଇ ୟୁପି ଏସଟିଏଫ୍ ଅନେକ ସ୍ଥାନରେ ଚଢାଉ କରୁଛି । ଏହି ସମୟରେ ଖବର ଆସିଛି ଯେ ଗୁଡ୍ଡୁ ମୁଲସିମ୍ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅଛି । ଏହା ପୂର୍ବରୁ ଗୁଡ୍ଡୁ ପୁରୀରେ ଥିବା ନେଇ ଖବର ଆସିଥିଲା ।

ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କ ସୂଚନା ଅନୁସାରେ ଗତକାଲି ୟୁପି ଏସଟିଏଫର ଟିମ ବରଗଡ଼ ଆସିଥିଲା । ରାଜା ଖାଁ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା ହୋଇଛି । ରାଜାର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ । ସୋହେଲାରେ ତାର ବ୍ୟବସାୟ ରହିଛି । ସ୍ଥାନୀୟ ପୋଲିସ ସହାୟତାର ପଚରାଉଚରା କରାଯିବା ପରେ ତାକୁ ଅଟକ ରଖାଯାଇଛି । ଗୁଡ୍ଡୁ ମୁସଲିମ ସହିତ ତାର ଲିଙ୍କ ଥିବା ଜଣାପଡିଛି ।
ଟେଲିଫୋନ ଟ୍ରାକିଂ ଆଧାରରେ ଜେରା ହୋଇଥିବା ସୂଚନା ମିଳିଛି । ଖୁବଶୀଘ୍ର ପୁରୀରେ ମଧ୍ୟ ଉତ୍ତରପ୍ରଦେଶ STF ଖୋଳତାଡ଼ ଆରମ୍ଭ କରିପାରେ ବୋଲି କହିଛନ୍ତି ଆଇଜି । ଇଣ୍ଟେଲିଜେନ୍ସ ସହାୟତରେ ଉତ୍ତରପ୍ରଦେଶ ଏସଟିଏଫ ବରଗଡ଼ ଆସିଥିବା ସୂଚନା ମିଳିଛି ।
ମୋବାଇଲ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ମିଳିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ । ଗୁଡ୍ଡୁର ଶେଷ ଲୋକେସନ ପୁରୀ ଥିବା ସୂଚନା ମିଳିଥିଲା । କିନ୍ତୁ ପୁରୀ ଏସପି ସେପରି କିଛି ସୂଚନା ନଥିବା କହିଛନ୍ତି । ପୁରୀରେ ତାର ଫୋନ୍ କିମ୍ବା ଏଟିଏମ୍ ଆକ୍ଟିଭେଟ୍ ହୋଇଥାଇପାରେ । ତେବେ ସେ ନିଜେ ଏପରି କରିଛି କିମ୍ବା ପୋଲିସକୁ ଭ୍ରମରେ ପକାଇବା ପାଇଁ ଅନ୍ୟ କାହା ଜରିଆରେ କରିଥିବ ସେ ନେଇ ମଧ୍ୟ ସନ୍ଦେହ ରହିଛି ।












Click it and Unblock the Notifications