Get Updates
Get notified of breaking news, exclusive insights, and must-see stories!

ଉମେଶ ପାଲ ଅପହରଣ ମାମଲାରେ ଅତିକ୍ ଅହମ୍ମଦ ଦୋଷୀ ସାବ୍ୟସ୍ତ

Atiq Ahmed

ଲକ୍ଷ୍ନୌ: ଉମେଶ ପାଲ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି ମାଫିଆରୁ ନେତା ହୋଇଥିବା ଅତିକ୍ ଅହମ୍ମଦ । ମଙ୍ଗଳବାର ଦିନ ପ୍ରୟାଗରାଜରେ ସାଂସଦ-ବିଧାୟକ କୋର୍ଟର ରାୟ ଆସିଛି । ଏହି ମାମଲାରେ ମାଫିଆ ଅତିକ୍ ଅହମ୍ମଦ ଦୋଷୀ ସାବ୍ୟସ୍ତ ହୋଇଛି । ଅତିକ୍ ବ୍ୟତୀତ ଏହି ମାମଲାରେ ସାମିଲ ଥିବା ତାର ଭାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି । ପୂର୍ବ ଆଦେଶ ଅନୁଯାୟୀ, ସମସ୍ତ ଅଭିଯୁକ୍ତ ଏହି ଦଣ୍ଡ ଘୋଷଣା କରିବା ସମୟରେ କୋର୍ଟରେ ଉପସ୍ଥିତ ଥିଲେ । କିଛି ସମୟ ମଧ୍ୟରେ ଦଣ୍ଡ ବିଧାନ ନେଇ ମଧ୍ୟ ରାୟ ଆସିବ ।

ଉମେଶ ପାଲ ଅପହରଣ ମାମଲାରେ ସମୁଦାୟ 11 ଜଣଙ୍କୁ ପୋଲିସ ଅଭିଯୁକ୍ତ କରିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇସାରିଛି । ଅତିକ୍ ଅହମ୍ମଦାବାଦର ସାବରମତୀ ଜେଲରେ ଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ତାକୁ ସୋମବାର ସନ୍ଧ୍ୟାରେ ପ୍ରୟାଗରାଜ ନୈନି ଜେଲକୁ ଅଣାଯାଇଥିଲା । ଏହା ପରେ ମଙ୍ଗଳବାର କୋର୍ଟରେ ତାକୁ ହାଜର କରାଯାଇଥିଲା ।

25 ଜାନୁଆରୀ 2005 ରେ, ଆହ୍ଲାବାଦ ପଶ୍ଚିମ ଆସନରୁ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାରେ ଅତିକ୍ ଅହମ୍ମଦର ହାତ ଥିବା ଅଭିଯୋଗ ହୋଇଥିଲା । ଘଟଣା ସମୟରେ ଉମେଶ ପାଲ ସେଠାରେ ଉପସ୍ଥିତ ଥିଲେ, ତେଣୁ ସେ ଏହି ମାମଲାର ମୁଖ୍ୟ ସାକ୍ଷୀ ହୋଇଥିଲେ ।

ପୋଲିସର ଅନୁସନ୍ଧାନ ଅନୁଯାୟୀ, 28 ଫେବୃଆରୀ 2006 ରେ ଅତିକ୍ ଅହମ୍ମଦ ଏବଂ ଅସରଫ ଉମେଶ ପାଲଙ୍କୁ ଅପହରଣ କରି ନେଇଥିଲେ । ଏହା ପରେ ତାଙ୍କୁ ମାରପିଟ୍ କରି ପରିବାର ଲୋକଙ୍କୁ ଧମକ ଦିଆଯାଇଥିଲା ଏବଂ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିବାକୁ ବାଧ୍ୟ କରାଯାଇଥିଲା ।

ଅନ୍ୟପକ୍ଷରେ, ଫେବୃଆରୀ 24 ରେ ଉମେଶ ପାଲଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା । ପରେ ୟୁପିରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଏହି ମାମଲାରେ ସାକ୍ଷୀ ଥିବା ଉମେଶହ୍କ ଉପରକୁ ବୋମା ମାଡ଼ କରିବା ସହ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଉମେଶ ଏବଂ ତାଙ୍କର ଦୁଇ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅତିକ୍ ର ପୁଅ ସାମିଲ ଥିବା ନେଇ ମଧ୍ୟ ଜଣାପଡ଼ିଛି । କିନ୍ତୁ ସେ ଫେରାର୍ ଅଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+