୨୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଅଭିଯୁକ୍ତ ଗିରଫ

କଟକ: କଟକରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା ହୋଇଥିବା ବେଳେ ବ୍ଲାକ୍ ମାର୍କେଟ୍‌ରେ ଏହାର ମୂଲ୍ୟ ୪୦ଲକ୍ଷ ଟଙ୍କା ରହିଛି । ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ମାଲଗୋଦାମ ଥାନା ପୋଲିସ ।

ଜଣେ ବେପାରୀକୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପ୍ରଶାନ୍ତ ବାରିକ ଓ ତାର ଘର ଜଗତପୁର ମଙ୍ଗଳାସାହି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରଶାନ୍ତ ନାଁରେ ପୂର୍ବରୁ ଡକାୟତି ଓ ବନ୍ଧୁକ କାରବାର ଭଳି ୭ଟି ଅପରାଧିକ ମାମଲା ବିଭିନ୍ନ ଥାନା ଗୁଡିକରେ ରହିଛି ।

onearrest

ଅନ୍ୟପଟେ ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଏହାର ରାକେଟ୍ ଅନେକ ରାଜ୍ୟକୁ ଲମ୍ବିଥିବା ନେଇ ଅନୁମାନ କରାଯାଉଛି । ବିଶେଷ କରି ଯୁବବର୍ଗମାନଙ୍କୁ ଏହି ବ୍ୟବସାୟୀମାନେ ବ୍ରାଉନସୁଗାର ବ୍ୟବସାୟ ପାଇଁ ଟାର୍ଗେଟ୍ କରିଥାନ୍ତି । ପୂର୍ବରୁ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ପ୍ରଶାନ୍ତ କିଛି ଦିନ ହେଲା ବ୍ରାଉନ ସୁଗାର କାରବାର ଆରମ୍ଭ କରିଥିବା ବେଳେ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନଦୀବନ୍ଧ ରାସ୍ତାର ଚଢାଉ କରି ଧରିଥିଲା ବୋଲି ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+