କଟକରେ ଲଜ୍ଜା, 7 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ
କଟକ: ଲଜ୍ଜା ! କଟକ ଜିଲ୍ଲାରେ 7 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ । ମଧୁପାଟଣା ଥାନା ଅଧୀନ ବାଲିସାହି ବସ୍ତି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମଧୁପାଟଣା ଥାନାରେ ଉକ୍ତ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ । ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣଙ୍କ ବୁଧବାର ଦିନ ଖେଳିବାକୁ ଯାଇଥିବାବେଳେ ଏକାକି ଦେଖି କିଛି ଯୁବକ ତାଙ୍କୁ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଘରକୁ ଆସି ପିଡିତା ଜଣଙ୍କ ପରିବାରଲୋକଙ୍କ ଆଗରେ ସବୁ କଥା କହିଥିଲେ । ଏହାପରେ ପରିବାର ଲୋକେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥ୍ୟା ବିଗିଡିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।
ଏହି ମାମଲାରେ ପୁଲିସ ପକ୍ଷରୁ ସୂଚନା ରହିଛି ଯେ, ଦିଆଯାଇଥିବା ଏତଲାରେ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରାଯାଇ ନଥିବାବେଳେ, ସେମାନଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ଅଭିଯୁକ୍ତଙ୍କୁ ଧରିବାକୁ ଯାଞ୍ଚପ୍ରକ୍ରିୟା ଜାରି ରହିଛି । ଅନ୍ୟପଟେ ପୀଡିତାଙ୍କ ଡାକ୍ତରୀମାଇନା ପାଇଁ ମେଡିକାଲ୍ ପଠାଯାଇଛି । ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବାପରେ ସମସ୍ତ ଘଟଣା ସାମ୍ନାକୁ ଆସିବ ।












Click it and Unblock the Notifications