ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା ! 3 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା
ଭୁବନେଶ୍ୱର: ଲଜ୍ଜା ! ତିନି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ଯୌନ ପିପାସୁ । ଏଭଳି ଏକ ନାରକୀୟ କାଣ୍ଡ ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ।
ଗତକାଲି ଜଣେ 3 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳା ବସ୍ତିରେ ଗତକାଲି ସନ୍ଧ୍ୟାରେ ଏହି ଜଘନ୍ୟ କାଣ୍ଡ ଘଟିଛି । ସେହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏପରି କାଣ୍ଡ ଘଟଣାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ସୁନ୍ଦରପଦା କେଳାସାହି ବସ୍ତିର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଘନିଆ ନାମକ ଜଣେ ଯୁବକର ଲୋଲୁପଦୃଷ୍ଟି ଉକ୍ତ ନାବାଳିକାଙ୍କ ଉପରେ ଥିଲା । ସୋମବାର ସନ୍ଧ୍ୟାରେ ନାବାଳିକାଙ୍କ ବାପା ମା' କାମକୁ ଯାଇଥିବା ବେଳେ ସୁଯୋଗ ପାଇ ତାଙ୍କ ଘରେ ପଶିଥିଲା । ଚକୋଲେଟ୍ ଦେବା ଆଳରେ ନାବାଳିକାଙ୍କୁ ପାଖକୁ ଡ଼ାକି ଦୁଷ୍କର୍ମ କରିଥିଲା । ନାବାଳିକା ପାଟିକରି ଡାକିବାରୁ ଘନିଆ ତାଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା । ତା'ପରେ ସେଠାରୁ ଫେରାର୍ ହୋଇ ଯାଇଥିଲା ।
ନାବାଳିକାଙ୍କ ବାପା ମା' ଘରକୁ ଫେରିବା ବେଳକୁ ଝିଅ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିବା ଦେଖି ତୁରନ୍ତ ହସ୍ପିଟାଲ୍ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘନିଆକୁ ଖୋଜୁଛି ।












Click it and Unblock the Notifications