Get Updates
Get notified of breaking news, exclusive insights, and must-see stories!

ମୁସେୱାଲା ହତ୍ୟାରେ ସାମିଲ ଥିଲା 19 ବର୍ଷୀୟ ସାର୍ପ ସୁଟର, ଅତି ନିକଟରୁ ମାରିଥିଲା ଗୁଳି

ମୁସେୱାଲା ହତ୍ୟାରେ ସମ୍ପୃକ୍ତ ଥିବା ସାର୍ପ ସୁଟର ଅଙ୍କିତ ସିର୍ସା ଏବଂ ତାର ସହଯୋଗୀ ସଚିନ ଭିବାନୀକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀର ଆନ୍ତଃରାଜ୍ୟ ବସ୍ ଷ୍ଟାଣ୍ଡ (ଆଇଏସବିଟି) ରୁ ଗିରଫ ହୋଇଥିବା ଅଙ୍କିତ ସିର୍ସା ମାତ୍ର 19 ବର୍ଷ ବୟସର ।

ନୂଆଦିଲ୍ଲୀ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ସୋମବାର ଏକ ବଡ଼ ଖୁଲାସା କରିଛି । ମୁସେୱାଲା ହତ୍ୟାରେ ସମ୍ପୃକ୍ତ ଥିବା ସାର୍ପ ସୁଟର ଅଙ୍କିତ ସିର୍ସା ଏବଂ ତାର ସହଯୋଗୀ ସଚିନ ଭିବାନୀକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀର ଆନ୍ତଃରାଜ୍ୟ ବସ୍ ଷ୍ଟାଣ୍ଡ (ଆଇଏସବିଟି) ରୁ ଗିରଫ ହୋଇଥିବା ଅଙ୍କିତ ସିର୍ସା ମାତ୍ର 19 ବର୍ଷ ବୟସର । ଅଙ୍କିତଙ୍କ ଅନେକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Ankit Sirsa

ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି ଏଚ୍.ଜି.ଏସ ଧାଲୀୱାଲ କହିଛନ୍ତି ମୁସେୱାଲାର ଅସଲ ସୁଟରକୁ ଧରିବା ଆମର ଲକ୍ଷ୍ୟ । ଏହି ପର୍ଯ୍ୟାୟରେ, ଆମେ ଗତ ରାତି ପ୍ରାୟ 11 ଟା ସମୟରେ ISBT ରୁ ସୁଟର ଅଙ୍କିତ ସିର୍ସା ଏବଂ ସଚିନ୍ ଭିବାନୀକୁ ଗିରଫ କରିଥିଲୁ । ଅଙ୍କିତ ନିକଟରୁ ଗୁଳି ଚଳାଇଥିଲା । ସଚିନ ଭିବାନୀ ଏବଂ ତାର ସହଯୋଗୀ କପିଲ ପଣ୍ଡିତ ଏହି ଘଟଣା ପୂର୍ବରୁ ଏବଂ ଘଟଣା ପରେ ଅଙ୍କିତକୁ ସମସ୍ତ ସାହାଯ୍ୟ କରିଥିଲେ ।

ଦିଲ୍ଲୀ ପୋଲିସ କହିଛି ଯେ 19 ବର୍ଷୀୟ ଅଙ୍କିତ ଅତି ନିକଟରୁ ମୁସେୱାଲାଙ୍କ ଉପରକୁ ଗୁଳି ଚଳାଇଥିଲା । ପୋଲିସର ସୂଚନାନୁସାରେ, ଏହା ଅଙ୍କିତର ପ୍ରଥମ ହତ୍ୟା । ସେ ଦୁଇ ହାତରେ ଗୁଳି ଚଳାଇଥିଲା । ସିଦ୍ଧୁ ମୁସେୱାଲାଙ୍କ ଉପରେ ଆକ୍ରମଣ ସମୟରେ ପ୍ରିୟବ୍ରତ ଫୌଜି ଏବଂ ଅଙ୍କିତ ସିର୍ସା ପଞ୍ଜାବ ପୋଲିସର ୟୁନିଫର୍ମ ପିନ୍ଧିଥିଲେ ଯାହା ଦ୍ୱାରା କେହି ତାଙ୍କୁ ସନ୍ଦେହ କରି ପାରିବେ ନାହିଁ ଏବଂ ହତ୍ୟା ପରେ ଘଟଣାସ୍ଥଳରୁ ଖସିଯିବାକୁ ମଧ୍ୟ ସହଜ ହୋଇଥିଲା ।

ପୋଲିସ କହିଛି ଯେ ରାଜସ୍ଥାନରେ ହତ୍ୟା ଉଦ୍ୟମର ଅନ୍ୟ ଦୁଇଟି ଜଘନ୍ୟ ମାମଲାରେ ମଧ୍ୟ ଅଙ୍କିତ ସମ୍ପୃକ୍ତ ଅଛି । କିନ୍ତୁ ସେ ପ୍ରଥମ ଥର ପାଇଁ ଏହି ହତ୍ୟା କରିଛି । ଏଙ୍କିତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ । ସୂଚନା ଅନୁଯାୟୀ, ସେ କେବଳ ନବମ ପାସ୍ । ପୋଲିସ କହିଛି ଯେ ଯେତେବେଳେ ସିଦ୍ଧୁ ମୁସେୱାଲାଙ୍କୁ ଟାର୍ଗେଟ କରାଯାଇଥିଲା ସେତେବେଳେ ପ୍ରିୟବ୍ରତ ଫୌଜୀ ମଧ୍ୟ ତାଙ୍କ ସହ ଗୁଳି ଚଳାଇଥିଲା । ହତ୍ୟା ପରେ ଉଭୟ ଗୁଜରାଟ ଯାଇ ଲୁଚି ରହିଲେ ଏବଂ ସେଠାରେ 7 ଜୁନ୍ ପର୍ଯ୍ୟନ୍ତ ରହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+