ରେକର୍ଡ ସ୍ତରରେ ପହଞ୍ଚିଛି ରୁପା ଦର : ଭୁବନେଶ୍ୱରରେ ରୁପା କିଲୋ ପିଛା ....
ରୁପା ଦର ମଙ୍ଗଳବାର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ମୁତାବକ, ରୁପା କିଲୋ ପିଛା ଦର ୭୨୨୫ ଟଙ୍କା ବୃଦ୍ଧି ହୋଇ ୨.୪୪ ଲକ୍ଷ ଛୁଇଁଛି । ଭୁବନେଶ୍ୱରରେ ରୁପା କିଲୋ ପିଛା ଦର ୬ ହଜାର ଟଙ୍କା ବୃଦ୍ଧି ହୋଇ ୨.୭୧ ଲକ୍ଷ ଟଙ୍କା ରହିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୬୦୦ ଟଙ୍କା ବୃଦ୍ଧି ହେବା ଯୋଗୁ ୧୦ ଗ୍ରାମ ପିଛା ଦର ୧.୩୭ ଲକ୍ଷ ଟଙ୍କା ଛୁଇଁଛି ।

୨୨ କ୍ୟାରେଟ ସୁନା ୫୫୦ ଟଙ୍କା ବୃଦ୍ଧି ହୋଇ ୧.୨୭ ଲକ୍ଷ ଟଙ୍କା ରହିଛି । ଗତ ଗୋଟିଏ ବର୍ଷରେ ଦେଶରେ ସୁନା ୭୫% ଏବଂ ରୁପା ୧୬୭% ବୃଦ୍ଧି ହୋଇଛି । ଏହି ଅବଧିରେ ରୁପା ଦର ୧.୪୪ ଲକ୍ଷ ଟଙ୍କା ଏବଂ ସୁନା ଦର ୫୭,୦୩୩ ଟଙ୍କା ବଢ଼ିଛି । ସୁନା ଦର ବୃଦ୍ଧି ପଛରେ ୩ଟି କାରଣ ରହିଛି । ଆମେରିକା ସୁଧହାର ହ୍ରାସ କରିବା ଯୋଗୁ ସୁନାର ହୋଲ୍ଡିଂ ଖର୍ଚ୍ଚ କମିଛି । ଫଳରେ ଲୋକମାନେ ସୁନା କିଣା ବଢ଼ାଇଛନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ଅନିଶ୍ଚିତତା ଜାରି ରହିଛି । ଏହାଦ୍ୱାରା ଲୋକେ ସୁନା କିଣାକୁ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା ବଢ଼ାଇଛନ୍ତି । ଫଳରେ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିଛି । ଏଥିଯୋଗୁ ଦର ଉପରମୁହାଁ ହୋଇଛି ।












Click it and Unblock the Notifications