Get Updates
Get notified of breaking news, exclusive insights, and must-see stories!

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କଣ ରହିଛି ଆପଣଙ୍କ ସହରରେ ତୈଳ ଦର

ଗତ ଦୁଇ ଦିନର ଆରାମ ପରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ଆଜି ପେଟ୍ରୋଲ 34 ରୁ 36 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ 38 ପଇସା ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତାର ବୃଦ୍ଧି ସାଧାରଣ ଲୋକଙ୍କ ବଜେଟ୍ ବିଗାଡ଼ି ଦେଉଛି । ଗତ ଦୁଇ ଦିନର ଆରାମ ପରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ଆଜି ପେଟ୍ରୋଲ 34 ରୁ 36 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ 38 ପଇସା ବୃଦ୍ଧି ପାଇଛି ।

petrol

ଆପଣଙ୍କୁ କହିରଖୁଛୁ ଯେ ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏକ ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ପେଟ୍ରୋଲ-ଡିଜେଲ ମୂଲ୍ୟରେ କ୍ରମାଗତ ବୃଦ୍ଧି ଲୋକମାନଙ୍କୁ ଅସୁବିଧାରେ ପକାଇଛି । ସୂଚନାଯୋଗ୍ୟ ଯେ ସୋମବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା 30 ପଇସା ଏବଂ ଡିଜେଲର ଲିଟର ପିଛା 35 ପଇସା ବୃଦ୍ଧି କରାଯାଇଥିଲା ।

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପ୍ରତି 36 ପଇସା ବୃଦ୍ଧି ପାଇଛି । ସେହିପରି ଡିଜେଲ ଲିଟର ପ୍ରତି 38 ପଇସା ବୃଦ୍ଧି ହୋଇଛି । ଏହାପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 105 ଟଙ୍କା 71 ପଇସା ରହିଥିବା ବେଳେ ଡିଜେଲ ଲିଟର ପ୍ରତି 102 ଟଙ୍କାରେ ବିକ୍ରି ହେଉଛି ।

ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 104.79 ଟଙ୍କା, ମୁମ୍ବାରେ 110.75 ଟଙ୍କା, କୋଲକାତାରେ ଲିଟର ପିଛା 105.43 ଟଙ୍କା, ଚେନ୍ନାଇରେ 10210 ଟଙ୍କା, ହାଇଦ୍ରାବାଦରେ ପେଟ୍ରୋଲ ଲିଟର ପ୍ରତି 109 ଟଙ୍କା, ବେଙ୍ଗାଲୁରୁରେ ଲିଟର ପିଛା 108.44 ଟଙ୍କା, ଜୟପୁରରେ ଲିଟର ପିଛା 111.91 ଟଙ୍କା, ଲକ୍ଷ୍ନୌରେ 101.81 ଟଙ୍କା ଏବଂ ଚଣ୍ଡିଗଡ଼ରେ ଲିଟର ପିଛା 100.86 ଟଙ୍କା ରହିଛି ।

ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପ୍ରତି 93.52 ଟଙ୍କା, ମୁମ୍ବାଇରେ 101.40 ଟଙ୍କା, କୋଲକାତାରେ ଲିଟର ପିଛା 96.63 ଟଙ୍କ, ଚେନ୍ନାଇରେ 97.93 ଟଙ୍କା, ହାଇଦ୍ରାବାଦରେ ଲିଟର ପିଛା 102.04 ଟଙ୍କା, ବେଙ୍ଗାଲୁରୁ: 99.26 ଟଙ୍କା, ଜୟପୁରରେ ଲିଟର ପିଛା 103.07 ଟଙ୍କା ରହିଥିବା ବେଳେ ଚଣ୍ଡିଗଡ଼ରେ ଲିଟର ପ୍ରତି 93.24 ଟଙ୍କାରେ ବିକ୍ରି ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+