ଇତିହାସ ରଚିଲେ ମସ୍କ, ସେ ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ସମ୍ପତ୍ତି $600 ବିଲିୟନ
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ମୋଟ ସମ୍ପତ୍ତି ୬୦୦ ବିଲିୟନ (ପ୍ରାୟ ୫୪ ଲକ୍ଷ କୋଟି ଟଙ୍କା) ଡଲାର ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ତାଙ୍କର ସମ୍ପତ୍ତି ୧୬୭ ବିଲିୟନ ଡଲାର ବୃଦ୍ଧି ପାଇଛି। ମସ୍କଙ୍କ ସମ୍ପତ୍ତିରେ ଏହି ଆଶ୍ଚର୍ଯ୍ୟଜନକ ବୃଦ୍ଧି ତାଙ୍କ ରକେଟ ନିର୍ମାଣକାରୀ କମ୍ପାନି ସ୍ପେସଏକ୍ସର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ହୋଇଥିବା ଜଣାଯାଇଛି। ଏହି କାରଣରୁ ସେ ବିଶ୍ୱର ଅନ୍ୟ ସମସ୍ତ କୋଟିପତିଙ୍କୁ ପଛରେ ପକାଇ ଦେଇଛନ୍ତି। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିଠାରୁ ମସ୍କ କେବଳ ଚଳିତ ବର୍ଷରେ ଅଧିକ ଆୟ କରିଛନ୍ତି।

ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଏଲନ ମସ୍କଙ୍କ ସମ୍ପତ୍ତି ପ୍ରାୟ ୬୩୮ ବିଲିୟନ (ପ୍ରାୟ ୫୮ଲକ୍ଷ କୋଟି ଟଙ୍କା)ଡଲାରରେ ପହଞ୍ଚିଛି। ଏହି ସମ୍ପତ୍ତି ସହିତ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି। ଆଜି ପର୍ଯ୍ୟନ୍ତ କାହାର ସମ୍ପତ୍ତି ଏତେ ବୃଦ୍ଧି ପାଇନଥିଲା। ତେଣୁ ଏବେ ମସ୍କ ୫୮ଲକ୍ଷ କୋଟି ଟଙ୍କାର ମାଲିକ ହୋଇ ଇତିହାସ ରଚିଛନ୍ତି।
ଏଲନ୍ ମସ୍କଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ତାଙ୍କର କମ୍ପାନି ଟେସଲା, ସ୍ପେସ୍ଏକ୍ସ, ଏକ୍ସ, ଏକ୍ସଏଆଇ ଇତ୍ୟାଦି। ଟେସଲା ଏବଂ ସ୍ପେସ୍ଏକ୍ସରୁ ସେ ଅଧିକ ଟଙ୍କା ରୋଜଗାର କରନ୍ତି। ତାଙ୍କ ସମ୍ପତ୍ତି ବୃଦ୍ଧିରେ ଟେସଲା ଏବଂ ସ୍ପେସ୍ଏକ୍ସର ଯୋଗଦାନ ବେଶ୍ ଅଧିକ। ସେ ଟେସଲାର ପ୍ରାୟ ୧୩% ଏବଂ ସ୍ପେସ୍ଏକ୍ସର ୪୨% ମାଲିକ। ସ୍ପେସ୍ଏକ୍ସର ମୂଲ୍ୟରେ ସାମ୍ପ୍ରତିକ ବୃଦ୍ଧି ତାଙ୍କ ସମ୍ପତ୍ତି ବୃଦ୍ଧିର ମୁଖ୍ୟ କାରଣ।












Click it and Unblock the Notifications