ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ମଧ୍ୟରେ କମିଲା ସୁନା ଏବଂ ରୂପା ଦର। ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି, ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ଦର କମିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧୦୩୦ ଟଙ୍କା କମି ୧ ଲକ୍ଷ ୫୯ ହଜାର ୬୬୦ ହୋଇଛି। ଗତକାଲି ଦର ୧ ଲକ୍ଷ ୬୦ ହଜାର ୬୯୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୯୫୦ ଟଙ୍କା କମି ୧ ଲକ୍ଷ ୪୬ ହଜାର ୩୫୦ ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୪୭ ହଜାର ୩୦୦ ଥିଲା।

ଅନ୍ୟପଟେ ରୂପା ଦର ମଧ୍ୟ ଆଜି ହ୍ରାସ ଘଟିଛି। ଭୁବନେଶ୍ବରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୮୦ ହଜାର ଟଙ୍କା ହୋଇଛି। ଗତକାଲି ଦର ୨ ଲକ୍ଷ ୯୦ ହଜାର ଟଙ୍କା ଥିଲା। ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications