'30 ସେସେପ୍ଟେମ୍ବର ପରେ ମଧ୍ୟ ବୈଧ ରହିବ 2000 ଟଙ୍କା ନୋଟ୍, ଏହାକୁ ନେବାକୁ ମନା କରିପାରିବେନି ଦୋକାନୀ' - ଆରବିଆଇ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) 2000 ଟଙ୍କା ପ୍ରଚଳନକୁ ବନ୍ଦ କରୁଛି । ଯଦିଓ ଏହା ବର୍ତ୍ତମାନ ଆଇନଗତ ଭାବେ ବୈଧ ରହିଛି, କିନ୍ତୁ ଏହାକୁ 30 ସେପ୍ଟେମ୍ବର 2023 ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ ପଡିବ । ଏହାର ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ୍ ମେ 23 ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଏକ ବଡ ବିବୃତ୍ତି ଆସିଛି ।
ଆରବିଆଇ ଗଭର୍ଣ୍ଣର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ସେମାନଙ୍କ 2,000 ଟଙ୍କା ନୋଟ ଫେରସ୍ତ କିମ୍ବା ବଦଳାଇବାକୁ କେହି ତତ୍ପର ହୁଅନ୍ତୁ ନାହିଁ । ସେପ୍ଟେମ୍ବର 30 ପରେ ମଧ୍ୟ ନୋଟ୍ ବୈଧ ରହିବ ବୋଲି ସେ ନିଶ୍ଚିତ କରିଛନ୍ତି । ଜନସାଧାରଣଙ୍କ ନିକଟରେ ଚାରିମାସ ସମୟ ଅଛି । ତେଣୁ ତୁରନ୍ତ ବ୍ୟାଙ୍କ ଯାଇ ଭିଡ଼ କରିବାର ଆବଶ୍ୟକତା ନାହିଁ ।
ଏପରିକି 2000 ଟଙ୍କା ନୋଟ୍ ସଚଳ ଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ସବୁ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ ବୋଲି ଆଜି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ।
ସେ କହିଛନ୍ତି, ଆମେ ବଜାରରୁ 2000 ଟଙ୍କା ନୋଟ୍ ପ୍ରତ୍ୟାହାର କରି ନେଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ । ରିଜର୍ଭ ବ୍ୟାଙ୍କ୍ର ପୂର୍ବ ନିର୍ଦ୍ଦେଶ ମୁତାବକ କେହି 2000 ଟଙ୍କିଆ ନୋଟ୍ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ ।
ଦାସ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏହି ସମୟସୀମା ଦେଇଛି ଯାହା ଦ୍ୱାରା ଲୋକମାନେ ଏହାକୁ ଗୁରୁତର ସହ ନେଇ ନୋଟଗୁଡ଼ିକୁ ନିଜେ ଫେରସ୍ତ କରିବେ । ବିମୁଦ୍ରୀକରଣ ସମୟରେ ଅର୍ଥନୀତିରେ ନଗଦ ପ୍ରବାହକୁ ବଜାୟ ରଖିବା ପାଇଁ ଏହି ନୋଟଗୁଡିକ ଅଣାଯାଇଥିଲା ।
ଆରବିଆଇ ଗଭର୍ଣ୍ଣରଙ୍କ ଅନୁଯାୟୀ, 2000 ଟଙ୍କା ନୋଟ୍ ବିନିମୟ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟାଙ୍କଙ୍କୁ ତାଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ସମସ୍ତ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ମୁଦ୍ରା ଉପଲବ୍ଧ ରହିଛି ।
ଏଥି ସହିତ, ଏସବିଆଇ ଗୋଟିଏ ଦିନ ପୂର୍ବରୁ କହିଥିଲା ଯେ 2000 ଟି ନୋଟ୍ ବିନିମୟ ପାଇଁ କୌଣସି ID ଥଥା ପରିଚୟ ପତ୍ର ଆବଶ୍ୟକ ନାହିଁ । ଏଭଳି ପରିସ୍ଥିତିରେ କଳା ଟଙ୍କା ଉପରେ କିପରି ନଜର ରଖାଯିବ ? ଏ ନେଇ ଦାଶ କହିଛନ୍ତି ଯେ ଆମେ ବ୍ୟାଙ୍କଗୁଡିକୁ ସେମାନଙ୍କ ବିଦ୍ୟମାନ ପଦ୍ଧତି ଅନୁସରଣ କରିବାକୁ କହିଛୁ । ଏପର୍ଯ୍ୟନ୍ତ କିଛି ପରିବର୍ତ୍ତନ କରିବାକୁ କୁହାଯାଇନାହିଁ ।
ସେ ସ୍ପଷ୍ଟ କରିଛନ୍ତି ଯେ ଆରବିଆଇ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଯାଞ୍ଚ କରେ ନାହିଁ, ଏହି କାର୍ଯ୍ୟ ଆୟକର ବିଭାଗ ଦ୍ୱାରା କରାଯାଏ । ବ୍ୟାଙ୍କଗୁଡିକରେ ଏକ ରିପୋର୍ଟିଂ ସିଷ୍ଟମ୍ ଅଛି, ଏହି କ୍ଷେତ୍ରରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯିବ ।












Click it and Unblock the Notifications