2000 ଟଙ୍କା ନୋଟ୍ ବନ୍ଦ ପରେ ପୁଣି ଫେରିବ କି 1000 ଟଙ୍କିଆ ନୋଟ୍ ? ଜବାବ ରଖିଲା ଆରବିଆଇ

ନୂଆଦିଲ୍ଲୀ : 2000 ଟଙ୍କିଆ ନୋଟ୍ ଅଚଳ ହେବା ଏବଂ ଏହାକୁ ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରାଯିବା ପରେ ଏହା ବିଷୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଦେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଅନେକ ପ୍ରଶ୍ନର ଜବାବ ରଖିଛନ୍ତି । ଏହି ସମୟରେ, 2000 ନୋଟ୍ ବନ୍ଦ ହେବା ପରେ ପୁଣି 1000 ଟଙ୍କା ନୋଟ୍ ଆସିବ କି ସେ ନେଇ ମଧ୍ୟ ଉତ୍ତର ରଖିଛନ୍ତି ।
ଫେରିବ 1000 ଟଙ୍କିଆ ନୋଟ୍ !
ମେ 19 ରେ, ଯେତେବେଳେ ଏହି ଗାଇଡଲାଇନ ଆରବିଆଇରୁ ଆସିଥିଲା ଯେ 2000 ଟଙ୍କିଆ ନୋଟ୍ ପ୍ରଚଳନରୁ ବାହାର କରାଯିବ, ଏହା ପରେ କଳ୍ପନାଜଳ୍ପନା ଆରମ୍ଭ ହେଲା ଯେ ବର୍ତ୍ତମାନ 1000 ଟଙ୍କିଆ ନୋଟ୍ ଭାରତୀୟ ବଜାରକୁ ଫେରିବ କି ? ତେବେ ଆରବିଆଇ ଗଭର୍ଣ୍ଣର ସୋମବାର ଏହି କଳ୍ପନାଜଳ୍ପନାକୁ ଖାରଜ କରିଦେଇଛନ୍ତି ।
ଯେତେବେଳେ ଗଣମାଧ୍ୟମ ଶକ୍ତିକାନ୍ତ ଦାସଙ୍କୁ 1000 ଟଙ୍କିଆ ନୋଟ ବିଷୟରେ ପ୍ରଶ୍ନ ପଚାରିଥିଲେ, ସେ କହିଥିଲେ, '2000 ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ପରେ ଆରବିଆଇର 1000 ଟଙ୍କିଆ ନୋଟ୍ ଅଣିବାର କୌଣସି ଯୋଜନା ନାହିଁ ।
2018-19 ରେ ବନ୍ଦ ହୋଇଯାଇଥିଲା 2000 ଟଙ୍କା ମୁଦ୍ରଣ
ଆମେ ଆପଣଙ୍କୁ କହିରଖୁଛୁ ଯେ ନଭେମ୍ବର 2016 ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ, ସେତେବେଳେ ନୂତନ 2000 ଟଙ୍କିଆ ନୋଟ୍ ଜାରି କରାଯାଇଥିଲା । ସେହି ସମୟ ମଧ୍ୟରେ 500 ଏବଂ 1000 ନୋଟ୍ ବନ୍ଦ ହୋଇଯାଇଥିଲା । ସୋମବାର ଦିନ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବଜାରରେ ଅନ୍ୟ ମୂଲ୍ୟର ନୋଟ୍ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି । 2000 ଟଙ୍କା ପ୍ରଦାନ କରିବାର ଉଦ୍ଦେଶ୍ୟ ପୂରଣ ହେବା ପରେ 2018-19 ବର୍ଷରେ 2000 ଟଙ୍କା ନୋଟର ମୁଦ୍ରଣ ବନ୍ଦ ହୋଇଯାଇଥିଲା ।
ଆରବିଆଇ ଗଭର୍ଣ୍ଣର ଆହୁରି କହିଛନ୍ତି, 'ବ୍ୟାଙ୍କଗୁଡ଼ିକରେ ସାଧାରଣ ପ୍ରକ୍ରିୟା ଅଧୀନରେ 2000 ନୋଟ୍ ବଦଳାଯିବ ଏବଂ ଏଥିପାଇଁ 4 ମାସରୁ ଅଧିକ ସମୟ ଦିଆଯାଇଛି । ତେଣୁ ନୋଟ୍ ବଦଳାଇବା ନେଇ ବିବ୍ରତ ହେବାର ଆବଶ୍ୟକତା ନାହିଁ । ସେପ୍ଟେମ୍ବର 30 ର ସମୟସୀମା ରଖାଯାଇଛି ଯାହା ଦ୍ୱାରା ଲୋକମାନେ ନୋଟ୍ ବିନିମୟ ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ । କୌଣସି କାରଣରୁ ଚିନ୍ତା କରିବା ଆବଶ୍ୟକ ନାହିଁ । ଯେକୌଣସି ବ୍ୟାଙ୍କରେ ଏକ ସମୟରେ 2000 ଟଙ୍କାର 10 ଟି ନୋଟ୍ ପରିବର୍ତ୍ତନ କରାଯାଇପାରିବ ।












Click it and Unblock the Notifications