ରେସଲର ଯୌନ ଶୋଷଣ ମାମଲା: ଶୋଷଣ ରୁମ୍ ରେ ହୁଏ, ସେଠି କ୍ୟାମେରା ନଥାଏ - ଭିନେଶ ଫୋଗଟ୍

'ବ୍ରିଜ ଭୂଷଣ ଶରଣ ସିଂହ ତାଙ୍କ ପଦବୀର ଅଯଥା ଲାଭ ଉଠାଉଛନ୍ତି, ସେ ଖେଳାଳିମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ହଇରାଣ କରନ୍ତି' ।

Vinesh Phogat

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନି । ସରକାର ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେନି ବୋଲି କହିଛନ୍ତି ଖେଳାଳି । ଏ ସବୁ ମଧ୍ୟରେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ।

ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗଟ୍ କହିଛନ୍ତି ଯେ 'ବ୍ରିଜ ଭୂଷଣ ଶରଣ ସିଂହ ତାଙ୍କ ପଦବୀର ଅଯଥା ଲାଭ ଉଠାଉଛନ୍ତି, ସେ ଖେଳାଳିମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ହଇରାଣ କରନ୍ତି' । ବିରୋଧ କରୁଥିବା ଏକ କୁସ୍ତିଯୋଦ୍ଧା ଆଜି କ୍ରୀଡା ମନ୍ତ୍ରଣାଳୟ ସହିତ ମଧ୍ୟ କଥା ହୋଇଥିଲେ ମଧ୍ୟ ସମସ୍ତ ସଭା ପରେ ସେମାନେ ସନ୍ତୁଷ୍ଟ ମନେ ହେଉ ନାହାଁନ୍ତି ।

ବୈଠକ ପରେ ବିନେଶ ଫୋଗଟ ଗଣମାଧ୍ୟମକୁ କହିଛନ୍ତି ଯେ ରେସଲିଂ ଫେଡେରେଶନର ସଭାପତି ବ୍ରିଜ ଭୂଷଣ ତାଙ୍କ ପଦରୁ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହୁଁ । ଆମ ଜୀବନ ପ୍ରତି ବିପଦ ଅଛି, ଆମେ ପୋଲିସର ସୁରକ୍ଷା ମଧ୍ୟ ନେଇନାହୁଁ କିନ୍ତୁ ତଥାପି ଆମେ ସାହସ ଏବଂ ସମ୍ମାନର ସହ ଚାଲୁଛୁ କାରଣ ଆମେ ଜାଣୁ ଯେ ଆମେ ସତ କହୁଛୁ । ଆଜି ଅଧ୍ୟକ୍ଷଙ୍କ ଘରେ ତାଲା ପଡିଛି, ଏହା ପରେ ମଧ୍ୟ ସରକାର କିଏ ଠିକ୍ ଏବଂ କିଏ ଭୁଲ୍ ତାହା ବୁଝିବା ଉଚିତ୍ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଯେତେବେଳେ ଶୋଷଣ ହୁଏ, ଏହା ଏକ କୋଠରୀରେ ହୁଏ, ସେଠାରେ କ୍ୟାମେରା ଲଗାଯାଇ ନଥାଏ, ଯଦି କ୍ୟାମେରା ଲଗାଯାଇଥାନ୍ତା, ତେବେ ଏହି ଝିଅ ମାନେ ପ୍ରମାଣ ଭାବେ ଆଣି ତାହା ଦେଖାଇଥାନ୍ତେ । ଯେଉଁ ଝିଅ ମାନେ ଶୋଷଣର ଶିକାର ହୋଇଛନ୍ତି ସେମାନେ ନିଜେ ଏଠି ଅଛନ୍ତି । ଆମେ ଚାହୁଁନାହୁଁ ସେମାନଙ୍କ ନାମ ପ୍ରକାଶ କରାଯାଉ କିନ୍ତୁ ଯଦି ଆବଶ୍ୟକ ହୁଏ, ତାହା ମଧ୍ୟ କରିବୁ ଏବଂ ଏହା ଭାରତର ସବୁଠାରୁ ଖରାପ ଦିନ ହେବ । ସରକାରଙ୍କ ତରଫରୁ ଆମେ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ପାଇନାହୁଁ । ଆମେ ଚାହୁଁ ବ୍ରିଜ ଭୂଷଣ ସିଂହ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କୁ ଜେଲ ପଠାଯାଉ ।

ଏହା ପରେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ କହିଛନ୍ତି ଯେ 'ଆମେ ଚାହୁଁ ଯେ ଫେଡେରେସନ ବନ୍ଦ ହେଉ କାରଣ ସେମାନେ ନିଜ ଲୋକଙ୍କୁ ଫେଡେରେସନରେ ରଖିଛନ୍ତି । ଯଦି ଏହାର ସମାଧାନ ଶୀଘ୍ର ମିଳିବ ନାହିଁ, ତା'ହେଲେ ଆମେ ମଧ୍ୟ ଆଇନର ସାହାଯ୍ୟ ନେବୁ । ଆମର ଲଢେଇ ସରକାରଙ୍କ ବିରୁଦ୍ଧରେ ନୁହେଁ ବରଂ ଫେଡେରେସନ୍ ବିରୋଧରେ । ଆମେ ଆମର ମତ ରଖିଛୁ, ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁ ।

ଅନ୍ୟପକ୍ଷରେ, ଭାରତୀୟ କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ଏହା ମଧ୍ୟ କହିଛନ୍ତି ଯେ ବୈଠକରେ ଆମକୁ କେବଳ ଆଶ୍ୱାସନା ଦିଆଯାଇଛି । କୌଣସି ଠୋସ୍ ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+