ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସମର୍ଥନ

ନୂଆଦିଲ୍ଲୀ : ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ଦେଶର ଅନଏକ ଜଣାଶୁଣା କୁସ୍ତି ଯୋଦ୍ଧା । ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏହି ଧାରଣାକୁ ସମର୍ଥନ କରିଛନ୍ତି ଅଲିମ୍ପିକ୍ ଗୋଲ୍ଡ ମେଡାଲ୍ ବିଜେତା ନୀରଜ ଚୋପ୍ରା । ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନଙ୍କ ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ, ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ଭଳି ଦେଶର ତାରକା କୁସ୍ତିଯୋଦ୍ଧା ମାନେ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । WFI ସଭାପତି ଗିରଫ ନହେବା ପର୍ଯ୍ୟନ୍ତ ସେ ବିରୋଧ ପ୍ରଦର୍ଶନ ସ୍ଥାନ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଛନ୍ତି ଯେ 'ବ୍ରିଜ ଭୂଷଣ ଶରଣ ସିଂହ ଆମକୁ ଧମକ ଦେଉଛନ୍ତି ଏବଂ ପୀଡିତାଙ୍କୁ ମଧ୍ୟ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମେ ସଂଗ୍ରାମ ଜାରି ରଖିବୁ । ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି । ନୀରଜ ଚୋପ୍ରାଙ୍କ ପୂର୍ବରୁ ଖାପ ପଞ୍ଚାୟତ ଏବଂ ମହିଳା ସଂଗଠନ ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ଏବଂ ସେମାନେ ଆଜିଠାରୁ ବିରୋଧ ସ୍ଥଳରେ ମଧ୍ୟ ବିରୋଧ କରିବେ ।
ଏଥି ମଧ୍ୟରେ ମହିଳା କୁସ୍ତିଯୋଦ୍ଧା ମାନେ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଆବେଦନ ଉପରେ ଆଜି ସର୍ବୋଚ୍ଚ ଅଦାଲକ ଶୁଣାଣି କରିବେ । ଏହା ପୂର୍ବରୁ ଏହି ମାମଲା ସମ୍ପର୍କରେ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଥିଲେ ।












Click it and Unblock the Notifications