ବିନା ଆଲୋଚନାରେ ଡବ୍ଲୁଏଫଆଇ ଯାଞ୍ଚ ମନିଟରିଂ କମିଟି ଗଠନ ହୋଇଥିବା ଅଭିଯୋଗ ଆଣିଲେ ବଜରଙ୍ଗ ପୁନିଆ
ବିନା ଆଲୋଚନାରେ ଡବ୍ଲୁଏଫଆଇ ଯାଞ୍ଚ ମନିଟରିଂ କମିଟି ଗଠନ ହୋଇଥିବା ଅଭିଯୋଗ ଆଣିଲେ ବଜରଙ୍ଗ ପୁନିଆ । କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ମଧ୍ୟ ଆଣିଲେ ସମାନ ଅଭିଯୋଗ ।

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ଅଭିଯୋଗ ଆଣି ଧାଣାରେ ବସିଥିବା କୁସ୍ତି ଖେଳାଳି ମାନେ ପୁଣି ଏକ ଅଭିଯୋଗ ଆଣିଛନ୍ତି । ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ ନେଇ ଏକ ମନିଟରିଂ କମିଟି ଗଠନ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଶ୍ୱସ୍ତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ । କିନ୍ତୁ ବର୍ତ୍ତମାନ ରେସଲର୍ ବଜରଙ୍ଗ ପୁନିଆ ସମେତ ଅନେକ କୁସ୍ତିଯୋଦ୍ଧା ଆଉ ଏକ ଅଭିଯୋଗ ଆଣିଛନ୍ତି ।
ରେସଲର ବଜରଙ୍ଗ ପୁନିଆ ପୁଣି ଥରେ ଏହି ପ୍ରସଙ୍ଗରେ ନିଜର ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ବିନା କୌଣସି ଆଲୋଚନାରେ ତଦନ୍ତ ପାଇଁ ମନିଟରିଂ କମିଟି ଗଠନ କରାଯାଇଛି । ଏହା ଦୁଃଖର ବିଷୟ ।
ବଜରଙ୍ଗ ପୁନିଆ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛନ୍ତି, "ଆମକୁ ନିଶ୍ଚିତ କରାଯାଇଥିଲା ଯେ ତଦାରଖ କମିଟି ଗଠନ ପୂର୍ବରୁ ଆମ ସହ ଆଲୋଚନା କରାଯିବ । ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଏହି କମିଟି ଗଠନ ପୂର୍ବରୁ ଆମର କୌଣସି ପରାମର୍ଶ ନିଆଯାଇନାହିଁ ।" ସେହିପରି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ମଧ୍ୟ ସମାନ ଟ୍ୱିଟ୍ କରି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।
हमें आश्वासन दिया गया था कि Oversight Committee के गठन से पहले हमसे परामर्श किया जाएगा। बड़े दुख की बात है कि इस कमेटी के गठन से पहले हमसे राय भी नहीं ली गई. @narendramodi @AmitShah @ianuragthakur
— Bajrang Punia 🇮🇳 (@BajrangPunia) January 24, 2023
ଡବ୍ଲୁଏଫଆଇ ଅଧ୍ୟକ୍ଷ ତଥା ପ୍ରଶିକ୍ଷକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ଯାଞ୍ଚ ପାଇଁ ଏକ ମନିଟରିଂ କମିଟି ଗଠନ କରାଯାଇଛି । ବକ୍ସର ଏମସି ମେରି କୋମଙ୍କୁ ଏହାର ନେତୃତ୍ୱ ଦିଆଯାଇଛି । ଏହା ବ୍ୟତୀତ ଏହି କମିଟିରେ ରେସଲର ଯୋଗେଶ୍ୱର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ତୃପ୍ତି ମୁର୍ଗୁଣ୍ଡେ, ପୂର୍ବତନ TOPS ସିଇଓ ରାଜାଗୋପାଲନ ଏବଂ ସ୍ପୋର୍ଟସ ଫେଡେରେଶନ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଧିକା ଶ୍ରୀମାନ ସାମିଲ ଅଛନ୍ତି ।












Click it and Unblock the Notifications