ସାଗର ଧନଖଡ଼ ହତ୍ୟା ମାମଲାରେ ଦିଲ୍ଲୀରୁ ଗିରଫ ହେଲେ କୁସ୍ତି ଯୋଦ୍ଧା ସୁଶୀଲ କୁମାର
ଅଲିମ୍ପିକ୍ ପଦକ ବିଜେତା ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କୁ ପୂର୍ବତନ ଅନ୍ତର୍ଜାତୀୟ କୁସ୍ତି ଯୋଦ୍ଧା ସାଗର ଧନଖଡ଼ ହତ୍ୟା ମାମଲାରେ ରବିବାର ଦିନ ଦିଲ୍ଲୀ ପୋଲିସ ଗିରଫ କରିଛି ।
ନୂଆଦିଲ୍ଲୀ : ଅଲିମ୍ପିକ୍ ପଦକ ବିଜେତା ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କୁ ପୂର୍ବତନ ଅନ୍ତର୍ଜାତୀୟ କୁସ୍ତି ଯୋଦ୍ଧା ସାଗର ଧନଖଡ଼ ହତ୍ୟା ମାମଲାରେ ରବିବାର ଦିନ ଦିଲ୍ଲୀ ପୋଲିସ ଗିରଫ କରିଛି । ସୁଶୀଲଙ୍କ ସହ ତାଙ୍କର ଜଣେ ସାଥୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଅନ୍ତର୍ଜାତୀୟ କୁସ୍ତି ଯୋଦ୍ଧାଙ୍କ ହତ୍ୟାରେ ସୁଶୀଲ କୁମାର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସ ସୁଶୀଲଙ୍କ ସୂଚନା ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ଗତ କିଛି ଦିନ ହେବ ସୁଶୀଲ କୁମାର ଫେରାର ଥିଲେ । ସେମାନଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ କ୍ରମାଗତ ଭାବେ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ଏନସିଆରରେ ଚଢାଉ କରିଥିଲା । ଇନ୍ସପେକ୍ଟର ଶିବକୁମାର ଏବଂ ଇନ୍ସପେକ୍ଟର କରମବୀରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସେଲ ଦ୍ୱାରା ସୁଶୀଲ କୁମାରଙ୍କୁ ଗିରଫ କରାଯାଇଛି । ଏହି ଦଳର ନେତୃତ୍ୱ ନେଇଥିଲେ ଏସିପି ଅତ୍ତର ସିଂ ।
କୁସ୍ତି ଯୋଦ୍ଧା ସୁଶୀଲ କୁମାର ପୂର୍ବତନ ଅନ୍ତର୍ଜାତୀୟ ରେସଲର ସାଗର ଧନଖରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ 4 ତାରିଖରେ ସାଗର ଧନଖଡ଼ଙ୍କୁ ହତ୍ୟା କରାଯାଇଥିଲା । ଦିଲ୍ଲୀ ପୋଲିସର ସୂଚନାନୁସାରେ, କୁସ୍ତି ଯୋଦ୍ଧା ସୁଶୀଲ କୁମାର କେତେକ ସହଯୋଗୀଙ୍କ ଗ୍ୟାଙ୍ଗ ଷ୍ଟାଡିୟମକୁ ଯାଇ ଅନେକ କୁସ୍ତି ଖେଳାଳିଙ୍କୁ ଆକ୍ରମଣ କରିଥିଲେ । ଏଥିରେ କୁସ୍ତି ଯୋଦ୍ଧା ସାଗର ଧନଖଡ଼ଙ୍କ ମୃତ୍ୟୁ ହୋଇଥିଲା । ସାଗରଙ୍କ ମୁଣ୍ଡରେ ଅସ୍ତ୍ରଶସ୍ତ୍ର ଯୋଗୁଁ ଆଘାତ ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବା ନେଇ ପୋର୍ଟମର୍ଟମ ରିପୋର୍ଟରେ ଝଣାପଡ଼ିଛି ।












Click it and Unblock the Notifications