'ମୁଁ ଏଠି କାହା ଦୟାରେ ନାହିଁ, WFI ଅଧ୍ୟକ୍ଷ ପଦରୁ ମୁଁ ଇସ୍ତଫା ଦେବି ନାହିଁ' - ବ୍ରିଜ ଭୂଷଣ ସିଂହ
କୁସ୍ତି ଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିବା ବ୍ରିଜ୍ ଭୂଷଣ ଶରଣ ସିଂହ ନିଜ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ‘ମୁଁ ଏଠି କାହା ଦୟାରେ ନାହିଁ, ମୁଁ ଜଣେ ନିର୍ବାଚିତ ପ୍ରତିନିଧି । ମୁଁ WFI ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବି ନାହିଁ ।'

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିବା ବ୍ରିଜ୍ ଭୂଷଣ ଶରଣ ସିଂହ ନିଜ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି 'ମୁଁ ଏଠି କାହା ଦୟାରେ ନାହିଁ, ମୁଁ ଜଣେ ନିର୍ବାଚିତ ପ୍ରତିନିଧି । ମୁଁ WFI ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବି ନାହିଁ ।'
ଯୌନ ଶୋଷଣ ନେଇ ତାଙ୍କ ବିରୋଧରେ କୁସ୍ତିଯୋଦ୍ଧା ମାନେ ଆଣିଥିବା ଅଭଯୋଗକୁ ଖଣ୍ଡନ କରିଛନ୍ତି ବ୍ରିଜ୍ ଭୂଷଣ ସିଂହ । ଏହା ସହ ସମସ୍ତ ପ୍ରଶ୍ନର ଉତ୍ତର ଅପରାହନ 4 ଟାରେ ସାମ୍ବାଦିକ ସମ୍ମିଳନୀରେ ଦେବେ ବୋଲି ସେ କହିଛନ୍ତି ।
ଏହା ବାଦ୍ ସେ କହିଛନ୍ତି ମୋ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ପ୍ରମାଣିତ ହେଲେ ମୁଁ ଫାଶୀ ଦେଇ ମରିବି । 'ଅପରାଧୀ' କଳଙ୍କ ନେଇ ମୁଁ 'ଡବ୍ଲୁଆଇ' ଅଧ୍ୟକ୍ଷ ପଦ ତ୍ୟାଗ କରିବାକୁ ଚାହୁଁନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି ଯେ ଆମେ ଦଳର ରହିବା ପାଇଁ ବ୍ୟବସ୍ଥା କରୁନାହୁଁ, ଆୟୋଜକମାନେ ରହିବା ପାଇଁ ବ୍ୟବସ୍ଥା କରନ୍ତି । ପ୍ରତ୍ୟେକ ଦେଶର ଖେଳାଳିଙ୍କ ପାଇଁ ଅଲଗା ବ୍ୟବସ୍ଥା ଥାଏ । ଯେଉଁ ଖେଳାଳି ଅଭିଯୋଗ କରିଛନ୍ତି ଯେ କବାଟ ଖୋଲା ଥିଲା, ସେ ଖେଳାଳି ସେହି ଟୁର୍ଣ୍ଣାମେଣ୍ଟରେ ନଥିଲେ ।
ଅପରପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତି ଯୋଦ୍ଧା । ବୁଧବାର ଠାରୁ ଜନ୍ତରମନ୍ତର ଠାରେ ଧାରଣାରେ ବସିଥିବା ଖେଳାଳିଙ୍କ ସହ ଗତ କାଲି ରାତି 10 ଟାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ବୈଠକ କରିଥିଲେ । କିନ୍ତୁ ଏହି ବୈଠକ ବିଫଳ ହୋଇଥିଲା ।
ଘଟଣା ସମ୍ପର୍କରେ WFI ରୁ ଜବବା ମାଗିଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଆଜି ଅପରାହ୍ନ 3ଟାରେ ଫେଡେରେସନ୍ ଜବାବ ଦାଖଲ କରିବ ।












Click it and Unblock the Notifications