World cup Today Match: ସେମି ଦୌଡ଼ରେ ଦୁଇ ଦଳ, ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା - ନ୍ୟୁଜିଲ୍ୟାଣ୍ଡ
World cup Today Match: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ରେ ଆଜି ଦକ୍ଷିଣ ଆଫ୍ରିକା କୁ ଭେଟିବ ନ୍ୟୁଜିଲ୍ୟାଣ୍ଡ । ଦୁଇ ଦଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଜବରଦସ୍ତ ଫର୍ମରେ ଅଛନ୍ତି । ଏପରିକି ପଏଣ୍ଟ ଟେବୁଲରେ ମଧ୍ୟ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ଅଛି । ସେମି ଫାଇନାଲ ଦୌଡ଼ରେ ରହିଥିବା ଦୁଇ ଦଳ ମଧ୍ୟରେ ଆଜିର ମ୍ୟାଚ୍ ଆକର୍ଷଣୀୟ ହେବାକୁ ଯାଉଛି ।

ଆଜିର ମ୍ୟାଚ୍ ଜିତି ବିଶ୍ୱକପ୍ର ସେମିଫାଇନାଲରେ ଉଭୟ ଦଳ ନିଜର ସ୍ଥାନ ପକ୍କା କରିବା ଲକ୍ଷ୍ୟେରେ ପଡିଆକୁ ଓହ୍ଳାଇବେ । ନ୍ୟୁଜିଲ୍ୟାଣ୍ଡ ବିଷୟରେ କହିବାକୁ ଗଲେ ଦଳର ତିନିଜଣ ବଡ଼ ଖେଳାଳି କେନ୍ ୱିଲିୟମସନ, ମାର୍କ ଚେପମ୍ୟାନ୍ ଏବଂ ଲକି ଫର୍ଗୁସନ୍ ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ଦଳ ଏହି ଖେଳାଳିଙ୍କ ଅନୁପସ୍ଥିତିରେ ବିଜୟ ହାସଲ କରିପାରୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ ।
ଯଦିଓ ଉଭୟ ଦଳ ପ୍ରାୟ ସେମିଫାଇନାଲରେ ପହଞ୍ଚୁଥିବା ପରି ମନେ ହେଉଛି, କିନ୍ତୁ ପ୍ରଶ୍ନ ହେଉଛି ସେମାନେ ଭାରତ କିମ୍ବା ଅଷ୍ଟ୍ରେଲିଆ ମଧ୍ୟରୁ କାହାକୁ ଭେଟିବେ ତାର ଉତ୍ତର ଆଜିର ମ୍ୟାଚରୁ ମିଳିଯିବ । ଆଜିର ମ୍ୟାଚ୍ ପରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ଭେଟିବ ।
ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍ ଭାରତ ବିପକ୍ଷରେ ରକହିଛି । ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ ହାତେଇ ନିଜର ସେମି ଫାଇନାଲ ରାସ୍ତା ସଫା ରଖିବାକୁ ଯଥାସମ୍ଭବ ଚେଷ୍ଟା କରିବ ।
ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିର ମ୍ୟାଚ୍ ପୁଣେର ଏମସିଏ ଗ୍ରାଉଣ୍ଡରେ ଖେଳାଯିବ । ଗତ ଦୁଇଟି ମ୍ୟାଚ୍ ରେ 260 ରୁ ଅଧିକ ରନ୍ ସ୍କୋର ହୋଇପାରି ନାହିଁ । ଏଠାରେ ଭଲ ପିଚ୍ ଥାଇ ମଧ୍ୟ ବଡ଼ ସ୍କୋର ହୋଇପାରୁ ନାହିଁ । ଯଦି ଆମେ ଆଜିର ପାଣିପାଗ ବିଷୟରେ କଥା ହେବା, ଖେଳାଳୀଙ୍କୁ ଉଭୟ ଗରମ ଏବଂ ଆର୍ଦ୍ରତାର ସାମ୍ନା କରିବାକୁ ପଡିପାରେ ।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ:
କ୍ୱିଣ୍ଟନ ଡି'କକ, ତେମ୍ବା ବଭୂମା, ରାସି ଭାନ ଡର ଡସେନ, ଐଦେନ ମାରକ୍ରମ, ହେନରିକ୍ କ୍ଲାସେଁ, ଡେଭିଡ ମିଲର, ମାର୍କୋ ୟାନସେନ, ଗେରାଲ୍ଡ କୋଏଜି, କେଶବ ମହାରାଜ, ତାବ୍ରେଜ ସାମ୍ସି, କାଗିସୋ ରବାଡ଼ା
ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଏକାଦଶ:
ଡେଭନ କନୱେ, ୱିଲ ୟଙ୍ଗ, ରାଚିନ ରବୀନ୍ଦ୍ର, ଡାରେଲ ମିଚେଲ, ଟମ ଲଥାମ, ଗ୍ଲେନ ଫିଲିପ୍ସ, ଜେମ୍ସ ନିସାମ, ମିଚେଲ ସାଣ୍ଟନର, ମ୍ୟାଟ ହେନରି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ












Click it and Unblock the Notifications