World Cup 2023: ପ୍ରଥମ ସେମିରେ ବର୍ଷା ହେଲେ... କିଏ ଖେଳିବ ଫାଇନାଲ ?

World Cup 2023: ଦିନିକିଆ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ । ପ୍ରଥମ ସେମିରେ ଭାରତ - ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି ।

ind vs nz

ଉଭୟ ଦଳ ଭଲ ଫର୍ମରେ ଥିବା ବେଳେ କାଲିର ମ୍ୟାଚ୍ ଜିତି କିଏ ଫାଇନାଲରେ ନିଜ ସ୍ଥାନ ପକ୍କା କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏଥି ମଧ୍ୟରେ ସାମ୍ନାକୁ ଆସୁଛି କିଛି ପ୍ରଶ୍ନ । ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବର୍ଷା । ମ୍ୟାଚ୍ ସମୟର ଯଦି ହେବ, ବର୍ଷା ପରେ ମ୍ୟାଚ୍ ନ ହେଲେ କଣ କରାଯିବ ? ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି କି ? ଏହିପରି ପ୍ରଶ୍ନ କ୍ରିକେଟ୍ ପ୍ରେମୀଙ୍କ ମନରେ ଅଛି ।

ତେବେ ଆସନ୍ତୁ ଜାଣିବା କାଲିର ମ୍ୟାଚ୍ ରେ ବର୍ଷଆ ହେଲେ କଣ ହେବ ?

ବିଶ୍ୱକପ୍‌ ପାଇଁ ଆଇସିସି ରିଜର୍ଭ ଡେ ରଖିଛି । ଯଦି ମ୍ୟାଚ୍ ଅଧା ଖେଳାଯାଇଥିବ ଏବଂ ବର୍ଷା ହେତୁ ଖେଳ ହୋଇପାରେ ନାହିଁ, ତେବେ ବର୍ଷା ଯୋଗୁଁ ବନ୍ଦ ହୋଇଥିବା ମ୍ୟାଚ୍ ର ସେହି ସ୍ଥାନରୁ ପରଦିନ ମ୍ୟାଚ୍ ପୁଣି ଖେଳାଯିବ । ତେଣୁ ଏହାକୁ ନେଇ ଦ୍ୱନ୍ଦ ରହିବାର ଆବଶ୍ୟକତା ନାହିଁ ।

ଅନ୍ୟ ଏକ ପ୍ରଶ୍ନ ହେଉଛି ବର୍ଷା ପରେ ରିଜର୍ଙ ଡେ ବି ଯଦି ବର୍ଷା ହୁଏ, ତେବେ କଣ ହେବ ? ରିଜର୍ଭ ଡେ ରେ ମଧ୍ୟ ଯଦି ଖେଳ ନ ହୋଇପାରେ, ତେବେ କେଉଁ ଦଳ ଫାଇନାଲକୁ ଯିବାର ସୁଯୋଗ ପାଇବେ । ଏହାର ଉତ୍ତର ହେଉଛି ନେଟ୍ ରନ୍ ରେଟ୍ । ଆଇସିସି ବିଶ୍ୱକପ୍‌ରେ ଯେଉଁ ଦଳ ଲିଗ୍ ପର୍ଯ୍ୟାୟରେ ଟେବୁଲ୍ ଶୀର୍ଷରେ ରହିବ ସେ ଫାଇନାଲକୁ ଯିବ । ଏଭଳି ପରିସ୍ଥିତିରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+