World Cup Prize Money: ବିଶ୍ୱକପ୍ ବିଜେତାଙ୍କୁ ମିଳିବ ଏତେ ଟଙ୍କା ପୁରସ୍କାର !
World Cup Prize Money: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆଇସିସି ଟୁର୍ନାମେଣ୍ଟର ଏହି ଶେଷ ମ୍ୟାଚ୍ ରୋମାଞ୍ଚକ ହୋଇପାରେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ODI ବିଶ୍ୱକପରେ ଭାରତୀୟ ଦଳ ଦୁଇଥର ଟାଇଟଲ ଜିତିଥିବାବେଳେ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତିଛି । ରବିବାର 19 ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ ।

ତେବେ ବିଶ୍ୱକପ୍ ବିଜେତାଙ୍କୁ ଟ୍ରଫି ସହ ମିଳିବ କେତେ ଟଙ୍କା ? ଏପରିକି ରନର୍ସ ଅପ୍ କୁ କେତେ ଟଙ୍କା ମିଳିବ ସେ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ରହିଛି ଅନେକ ପ୍ରଶ୍ନ । ଆସନ୍ତୁ ଜାଣିବା ପୁରସ୍କାର ବାବଦକୁ ବିଶ୍ୱକପ୍ ରେ କେତେ ଟଙ୍କା ଖର୍ଚ୍ଚ ହେବ...
ବିଜେତା ଉପରେ ଟଙ୍କା ବର୍ଷା ହେବ: ODI ବିଶ୍ୱକପ ଟାଇଟଲ ଜିତୁଥିବା ଦଳ ଉପରେ ଟଙ୍କା ବର୍ଷା ହେବ । ବିଶ୍ୱକପ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା । ଯାହା ଅନୁଯାୟୀ ଚଳିତ ବର୍ଷର ବିଶ୍ୱକପ୍ ପାଇଁ ପୁରସ୍କାର ରାଶି ବଜେଟ୍ ହେଉଛି 83.29 କୋଟି ଯାହା ପ୍ରାୟ 10 ମିଲିୟନ୍ ଆମେରିକୀୟ ଡଲାର୍ । ଏହି ପୁରସ୍କାର ରାଶି ସମସ୍ତ ଦଳ ମଧ୍ୟରେ ବଣ୍ଟନ କରାଯିବ । ଯେଉଁ ଦଳ ODI ବିଶ୍ୱକପ୍ ଟାଇଟଲ୍ ଜିତିବ ସେମାନଙ୍କୁ 33.31 କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ | ଫାଇନାଲରେ ହାରିଥିବା ଦଳ 16.65 କୋଟି ଟଙ୍କା ପାଇବ ।
ସେମିଫାଇନାଲରେ ଥିବା ଦଳ ହେବେ ମାଲାମାଲ: ଫାଇନାଲ ବ୍ୟତୀତ ସେମିଫାଇନାଲ ଖେଳୁଥିବା ଦଳ ଉପରେ ଟଙ୍କା ବର୍ଷା ହେବ । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ସେମିଫାଇନାଲରେ ହାରିଥିବା ଦଳମାନଙ୍କୁ 6.66 କୋଟି ଟଙ୍କା ପ୍ରଦାନ କରାଯିବ ।
ଅବଶିଷ୍ଟ ଦଳଙ୍କୁ ଏତେ ଟଙ୍କା ମିଳିବ: ଯେଉଁ ଦଳ ODI ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଅଛନ୍ତି, ସେମାନଙ୍କୁ ବିଶ୍ୱକପ୍ରେ ଭାଗ ନେଇଥିବାରୁ ଆଇସିସି ମଧ୍ୟ ପୁରସ୍କାର ପ୍ରଦାନ କରିବ । ଏହି ଦଳଗୁଡ଼ିକରେ ପାକିସ୍ତାନ, ଆଫଗାନିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡ ଅନ୍ତର୍ଭୁକ୍ତ । ଏହି ସମସ୍ତ ଦଳକୁ ଆଇସିସି ଦ୍ୱାରା 83.29 ଲକ୍ଷ ଟଙ୍କା ଦିଆଯିବ ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications