World Cup Final: ରେକର୍ଡ OTT ରେ ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ ରେକର୍ଡ ଭାଙ୍ଗିଲା, ଦର୍ଶକଙ୍କ ସଂଖ୍ୟା 5.5 କୋଟି ଅତିକ୍ରମ
World Cup 2023 Final match: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ଖେଳାଯାଉଛି । ରୋହିତ ବାହିନୀ ଟ୍ରଫି ଆଣିବା ନେଇ ସମସ୍ତ ଭାରତୀୟ ବେଶ୍ ଉତ୍ସୁକ ଅଛନ୍ତି । କୋଟି କୋଟି ଦର୍ଶକ ଆଜିର ମ୍ୟାଚ୍ ଦେଖିବା ସହ ଭାରତୀୟ ଦଳକୁ ନିଜର ସମର୍ଥ ଜଣାଉଛନ୍ତି ।
ଏଥି ମଧ୍ୟରେ ପ୍ରଥମେ ବ୍ୟଟିଂ କରୁଥିବା ଭାରତୀୟ ଦଳର ଆରମ୍ଭ ସେତେଟା ଭଲ ହୋଇନାହିଁ । ରୋହିତ ଶର୍ମା ଅର୍ଦ୍ଧ ଶତକ ନ କରି ପାରି ଆଉଟ୍ ହୋଇଥିବା ବେଳେ ଶୁଭମନ୍ ଗିଲ୍ ଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଥିଲା ।
ସେହିପରି କୋହଲି ମାତ୍ର 54 ରନ୍ କରି ପ୍ୟାଭିଲିଅନ୍ କୁ ଫେରିଛନ୍ତି । କେଏଲ ରାହୁଲ 55 ରନ୍ କରି ଆଉଟ୍ ହୋଇଛନ୍ତି । ଖବର ଲେଖଇବା ସୁଦ୍ଧା ଭାରତୀୟ ଦଳ 36 ଓଭରରେ 5 ୱିକେଟ୍ ହରାଇ 178 ରନ୍ ସଂଗ୍ରହ କରିଛି ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନ୍ତିମ ମ୍ୟାଚ୍ ରେ 1,32,000 ଦର୍ଶକ ଦେଖୁଛନ୍ତି । ଏହା ହେଉଛି ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍ ହୋଇଥିବାବେଳେ ବର୍ତ୍ତମାନ 4.5 କୋଟି ଉପଭୋକ୍ତା ଏହାକୁ OTT ପ୍ଲାଟଫର୍ମରେ ଲାଇଭ୍ ଦେଖୁଛନ୍ତି । ଏହା ପୂର୍ବରୁ ମ୍ୟାଚ୍ ଆରମ୍ଭରୁ କିଛି ସମୟ ପର୍ଯ୍ୟନ୍ତ OTT ପ୍ଲାଟଫର୍ମରେ 5.5 କୋଟି ଦର୍ଶକ ମ୍ୟାଚ୍ ଦେଖୁଥିଲେ । ଯାହାକି ଏକ ବଡ଼ ରେକର୍ଡ ।












Click it and Unblock the Notifications