World Cup Final Match: 2019 ଭଳି ଯଦି ଟାଇ ହେଲା... ସୁପର ଓଭର ନା ବାଉଣ୍ଡ୍ରି କାଉଣ୍ଟ ? କେମିତି ହେବ ବିଜେତା ଚୟନ

World Cup Final Match 2023: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ 2023 ର ସମସ୍ତ ଲିଗ୍ ପରେ ଏବେ ବାକି ନକ୍ଆଉଟ୍ ମ୍ୟାଚ୍ । ପ୍ରଥମ ସେମିଫାଇନାଲ୍ 15 ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ବିଶ୍ୱକପ 2023 ପାଇଁ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି । ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏହି ଉଭୟ ଦଳ 15 ନଭେମ୍ବରରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଫାଇନାଲରେ ପ୍ରବେଶ ପାଇଁ ମୁହାଁମୁହିଁ ହେବେ ।

world cup 2023

ଏହା ପରେ 16 ନଭେମ୍ବରରେ ଫାଇନାଲରେ ସ୍ଥାନ ପକ୍କା କରିବାକୁ ପଡ଼ିଆକୁ ଓହ୍ଲାଇବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଏହା ପରେ 19 ତାରିଖରେ ନିର୍ଣ୍ଣାୟକ ଚାମ୍ପିୟନର ମ୍ୟାଚ୍ ଖେଳାଯିବ ।

ଏହା ପୂର୍ବରୁ ଏବେ ପ୍ରଶ୍ନ ଉଠୁଛି ଯଦି ଏଥର ବି 2019 ଫାଇନାଲ୍ ଭଳି ମ୍ୟାଚ୍ ଟାଇ ରହେ ତେବେ କଣ ହେବ । କିପରି ଚୟନ ହେବ ବିଜେତା । ଆସନ୍ତୁ ଜାଣିବା ସେ ନେଇ କଣ ରହିଛି ଆଇସିସିର ନିୟମ ।

ଟାଇ ହୋଇଥିଲା 2019 ଫାଇନାଲ୍:

2019 ଦିନିକିଆ ବିଶ୍ୱକପ୍ ର ଅନ୍ତିମ ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ସୁପର ଓଭରରେ ପହଞ୍ଚିଥିଲା । କେବଳ ଏତିକି ନୁହେଁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ସୁପର ଓଭର ମ୍ୟାଚ୍ ମଧ୍ୟ ପୁଣି ଅମୀମାସିଂତ ରହିଥିଲା । ଏହା ପରେ ବାଉଣ୍ଡ୍ରି କାଉଣ୍ଟ ମାଧ୍ୟମରେ ବିଜେତା ସ୍ଥିର ହୋଇଥିଲା । ଯାହା ପରେ ଏହି ନିୟମକୁ ନେଇ ଅନେକ ସମାଲୋଚନା କରାଯାଇଥିଲା ।

ବର୍ତ୍ତମାନ କଣ ରହିଛି ନିୟମ:

ବାଉଣ୍ଡ୍ରିଂ କାଉଣ୍ଟ ନିୟମ ଅନେକ ବିବାଦରେ ଥିଲା । ଏହା ପରେ ଅକ୍ଟୋବର 2019 ରେ ଏହି ନିୟମକୁ ହଟାଯାଇଥିଲା । ବର୍ତ୍ତମାନ ଯଦି ନକ୍ଆଉଟ୍ ମ୍ୟାଚ୍ ଟାଇ ହୁଏ ତା'ପରେ ସୁପର ଓଭର ଖେଳାଯିବ । ସୁପର ଓଭ ବି ଯଦି ଟାଇ ରହେ ସେ ପରିସ୍ଥିତିରେ ଆଉ ଥରେ ସୁପର ଓଭର ଖେଳାଯିବ । ଗୋଟିଏ ଦଳ ମ୍ୟାଚ୍ ଜିତିବା ପର୍ଯ୍ୟନ୍ତ ଏହି ସୁପର ଓଭର ଜାରି ରହିବ ।

ନକ୍ ଆଉଟ୍ ମ୍ୟାଚ୍ ର କାର୍ଯ୍ୟସୂଚୀ:

ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ 2023 ଦିନିକିଆ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ODI ବିଶ୍ୱକପରେ ତିନୋଟି ମ୍ୟାଚ୍ ବାକି ଅଛି । ତିନୋଟି ମ୍ୟାଚ୍ ପରେ 2023 ବର୍ଷର ବିଶ୍ୱ ଚାମ୍ପିଅନର ନାମ ପ୍ରକାଶ ପାଇବ । ନକ୍ ଆଉଟ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ 15 ନଭେମ୍ବରରେ ୱାନଖେଡେରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ କୋଲକାତାରେ ମୁହାଁମୁହିଁ ହେବେ । ଟୁର୍ଣ୍ଣାମେଣ୍ଟର ଶେଷ ତଥା ଫାଇନାଲ୍ ମ୍ୟାଚ୍ ନଭେମ୍ବର 19 ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+