World Cup Final 2023: ବଡ଼ ସ୍କୋର ହେବ ନା କମାଲ୍ କରିବେ ବୋଲର୍... କାହାକୁ ସୁହାଇବ ଅହମ୍ମଦାବାଦ ପିଚ୍...

World Cup Final 2023: ଦିନିକିଆ ବିଶ୍ୱକପ 2023 ଫାଇନାଲ ଉପରେ ରହିଛି ସାରା ବିଶ୍ୱର ନଜର । ନ୍ୟୁଜିଲାଣ୍ଡକୁ ହରାଇ ଭାରତ ପ୍ରଥମେ ଫାଇନାଲ୍ ପାଇଁ ଟିକେଟ୍ ପକ୍କା କରିସାରିଥିବା ବେଳେ ଗତକାଲି ଦକ୍ଷିଣ ଆଫ୍ରିକାକୁ ହରାଇ କଙ୍ଗାରୁ ଦଳ ରୋହିତ ବାହିନୀ ବିପକ୍ଷରେ ଖେଳିବାକୁ ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ହେଭିୱେଟ୍ ମ୍ୟାଚ୍ ଆସନ୍ତା 19 ତାରିଖ(ରବିବାର) ଦିନ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ 2023ର ଶେଷ ମ୍ୟାଚ୍ ।

world cup final pitch

20 ବର୍ଷ ପରେ ବିଶ୍ୱକପ୍ ହାତେଇ ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଚାମ୍ପିଅନ ହେବାକୁ ଆଶା ରଖିଥିବା ବେଳେ ଏହି ଐତିହାସିକ ମ୍ୟାଚ୍ କୁ ହାତେଇ ପାଞ୍ଚ ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ରେକର୍ଡ ଭାଙ୍ଗି ଷଷ୍ଠ ଟାଇଟଲ୍ ହାସଲ ପାଇଁ ପଡ଼ିଆକୁ ଓହ୍ଲାଇବ ।

ବିଶ୍ୱର ସବୁଠୁ ବଡ ଷ୍ଟାଡିୟମରେ ଏହା ଏକ ଅବିଶ୍ୱସନୀୟ ଟୁର୍ନାମେଣ୍ଟ ହେବ । ଯଦି ଫାଇନାଲରେ ଭାରତ ଜିତେ ତେବେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆର ପ୍ରଥମ ବିଜୟ ହେବ । ଏପରିକି ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ପରେ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିବା ତୃତୀୟ ଦଳ ହେବ ଭାରତ ।
ଏହି ମ୍ୟାଚ୍ ଜିତିବା ପରେ ଭାରତ ତିନିଥର କିମ୍ବା ଅଧିକ ଥର ବିଶ୍ୱକପ୍ ଜିତିଥିବା ଦ୍ୱିତୀୟ ଦଳ ହେବ । ସର୍ବାଧିକ ଥର ବିଶ୍ୱକପ ଫାଇନାଲ୍ ଜିତିଥିବା ଦଳ ତାଲିକାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦୁଇ ଥର ବିଶ୍ୱକପ୍ ଜିତି ଥିବା ଦଳ ମଧ୍ୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ସହ ସମାନ ରହିଛି । ଏହା ବ୍ୟତୀତ ଚାରିଥର ଆୟୋଜନ କରିବା ପରେ ଭାରତ ଏକମାତ୍ର ଦଳ ହୋଇ ଘରୋଇ ମାଟିରେ ଦୁଇଥର ବିଶ୍ୱକପ ଜିତିବ ।

କାହାକୁ ସୁହାଇବ ଅହମ୍ମଦାବାଦ ପିଚ୍ ?

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ODI ବିଶ୍ୱକପ 2023 ରେ ଏପର୍ଯ୍ୟନ୍ତ ମୋଟ ଚାରିଟି ମ୍ୟାଚ୍ ଖେଳାଯାଇଛି । ଏଥି ମଧ୍ୟରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ହାଇ ସ୍କୋରିଂ ମ୍ୟାଚ୍ ଖେଳାଯାଇଥିଲା । ଏହା ପରେ ତିନୋଟି ମ୍ୟାଚ୍ କମ୍ ସ୍କୋର୍ ହୋଇଥିଲା । ଏହି ପିଚ୍ ସ୍ପିନ୍ ପାଇଁ ସହାୟକ ହୋଇପାରେ । ଏହା ବ୍ୟତୀତ ଦ୍ରୁତ ବୋଲରମାନେ ନୂଆ ବଲ ସହିତ ୱିକେଟ୍ ନେବାରେ ସଫଳ ହୋଇପାରିବେ । ଏଠାରେ ଟସ୍ ବିଜେତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି । ଗତ କିଛି ବର୍ଷ ମଧ୍ୟରେ ଏଠାରେ ହୋଇଥିବା ODI ମ୍ୟାଚରେ ହାରାହାରି ସ୍କୋର ଓଭର ପ୍ରତି 5 ରନ୍ ରୁ ବି କମ୍ ରହିଛି । ତେଣୁ ବୋଲର ମାନଙ୍କୁ ଏହି ପିଚ୍ ବେଶି ସହାୟକ ହେବ ବୋଲି ଆଶା କରାଯାଉଛି ।

ଶେଷ ମ୍ୟାଚରେ କେମିତି ଥିଲା ପିଚ୍ ?

2023 ବିଶ୍ୱକପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ODI ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି 244 ରନ୍ ସ୍କୋର କରିଥିଲାବେଳେ ଦକ୍ଷିଣ ଆଫ୍ରିକା 47.3 ଓଭରରେ ଲକ୍ଷ୍ୟ ହାସଲ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+