World Cup 2023 Final: ଆଜି ମହା ମୁକାବିଲା, କିଏ ହେବ ବିଶ୍ୱବିଜେତା
World Cup 2023 Final: ଦିନିକିଆ ବିଶ୍ୱକପ୍ 2023ର ଆଜି ମହାମୁକାବିଲା । ବିଶ୍ୱବିଜେତା ପାଇଁ ଆଜି ହେବ ଲଢେଇ । ବିଜେତା ତିଲକ୍ ପାଇଁ ମୁହାଁମୁହିଁ ହେବେ କଙ୍ଗାରୁ ଦଳ ଓ ମେନ୍ ଇନ୍ ବ୍ଲୁ । ଦୀର୍ଘ ଦିନର ଅପେକ୍ଷା ପରେ ଭାରତବାସୀଙ୍କୁ ବିଶ୍ୱକପ୍ ଭେଟି ଦେବା ନେଇ ରୋହିତ୍ ବାହିନୀ ନିକଟରେ ଏକ ବଡ଼ ସୁଯୋଗ ରହିଛି ।

2011 ପରେ 12 ବର୍ଷର ବିଶ୍ୱକପ୍ ବିହୀନ ଯାତ୍ରା ଏବଂ 10 ବର୍ଷ ଧରି ଆଇସିସି ଟ୍ରଫି ନ ଜିତିବାର ଦୁଃଖକୁ ଦୂର କରିବା ନେଇ ରୋହିତ ସେନା ଉପରେ କ୍ରିକେଟ୍ ପ୍ରେମୀଙ୍କ ଆଶା ରହିଛି । ନିଜ ମାଟିରେ ଲକ୍ଷ ଲକ୍ଷ ଦର୍ଶକଙ୍କ ଆଗରେ ବିଶ୍ୱକପ୍ ଟ୍ରଫି ଉଠାଇବାର ଆଉ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବର୍ତ୍ତମାନ ଭାରତ ଦଳର ହାତ ପାହାନ୍ତାରେ ।
ଆଜିର ଫାଇନାଲ୍ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହେବେ । ବର୍ତ୍ତମାନ ସୁଦ୍ଧା ବିଶ୍ୱକପର ସମସ୍ତ 10 ଟି ମ୍ୟାଚ୍ ରେ ଅପରାଜିତ ରହି ଭାରତୀୟ ଦଳର ମନୋବଳ ବେଶ୍ ଦୃଢ ରହିଛି । ଏପରିକି ଆଜିର ମ୍ୟାଚ୍ ହାତେଇ ବିଶ୍ୱ ବିଜେତାର ତିଲକ ଲଗାଇବା ସହ 20 ବର୍ଷ ପୁରୁଣା ପ୍ରତିଶୋଧ ନେବାର ସୁଯୋଗ ପାଇଛି ଭାରତ । ଏଥର ବିଶ୍ୱକପ୍ ଜିତିଲେ ଭାରତର ଏହା ହେବ ତୃତୀୟ ବିଶ୍ୱକପ୍ ।
ସେହିପରି 5 ଥର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଦଳ ଏହାର ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ଭାରତ ମାଟିରେ ଘରୋଇ ଦର୍ଶକଙ୍କ ମୁହଁ ଚୁପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କଙ୍ଗାରୁ ଦଳ । ଏଥର ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଜିତିଲେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହେବ ।
ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ ଆଜି ଅପରାହ୍ନ 2 ଟା ରେ ମହା ଲଢେଇ ଆରମ୍ଭ ହେବ । ଷ୍ଟାଡିୟମରେ ଦେଢ଼ ଲକ୍ଷ ପ୍ରତ୍ୟକ୍ଷ ଦର୍ଶକ ଏବଂ କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ବିଶ୍ୱକପ୍ ସ୍ୱପ୍ନକୁ ସାକାର କରିବାକୁ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ଏହା ଆଉ ଏକ ସୁଯୋଗ ।
ସମ୍ଭାବ୍ୟ ଭାରତୀୟ ଏକାଦଶ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟ୍ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ। ସଂରକ୍ଷିତ ଖେଳାଳି: ଆର୍ ଅଶ୍ବିନ, ଈଶାନ କିଶନ, ପ୍ରସିଦ୍ଧ କୃଷ୍ଣ, ଶାର୍ଦୁଳ ଠାକୁର।
ଅଷ୍ଟ୍ରେଲିଆ ଦଳ: ଟ୍ରାଭିସ୍ ହେଡ୍, ଡେଭିଡ୍ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ, ଗ୍ଲେନ୍ ମ୍ୟାକ୍ସୱେଲ୍, ଜୋସ୍ ଇଙ୍ଗଲିସ୍ (ୱିକେଟରକ୍ଷକ), ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ଆଡାମ ଜାମ୍ପା, ଜୋସ୍ ହାଜେଲଉଡ୍। ସଂରକ୍ଷିତ ଖେଳାଳି: ମାର୍କସ ଷ୍ଟୋଇନିସ, ସିନ୍ ଆବୋଟ୍, ଆଲେକ୍ସ କ୍ୟାରି, କାମେରନ୍ ଗ୍ରିନ୍।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications