Aus vs SA: ଆଜି ଦ୍ୱିତୀୟ ସେମିରେ ସାମ୍ନାସାମ୍ନି ହେବ ଅଷ୍ଟ୍ରେଲିଆ -ଦକ୍ଷିଣ ଆଫ୍ରିକା

Aus vs SA: ଆଇସିସି ଦିନିକିଆ ବିଶ୍ୱକପ୍ ର ଲିଗ୍ ମ୍ୟାଚ୍ ପରେ ନକ୍ଆଉଟ୍ ରାଉଣ୍ଡ ଆରମ୍ଭ ହୋଇଛି । ଗୋଟିଏ ପଟେ ଭାରତୀୟ ଦଳ କ୍ରମାଗତ ଦଶମ ବିଜୟ ହାସଲ କରି ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ଆଜି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ସେମିଫାଇନାଲ ।

aus vs SA

ଆଜିର ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର ମୁଖ୍ୟ କାରଣ ହେଉଛି ଦକ୍ଷିଣ ଆଫ୍ରିକା ଆଜି ପର୍ଯ୍ୟନ୍ତ କେବେ ବି ବିଶ୍ୱକପ୍ ଫାଇନାଲରେ ପହଞ୍ଚି ନାହିଁ, ଯେତେବେଳେ ଅଷ୍ଟ୍ରେଲିଆ 5 ଥର ବିଶ୍ୱକପ୍ ଜିତିଛି । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ପୁଣିଥରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବ । ସେହିଭଳି ଦକ୍ଷିଣ ଆଫ୍ରିକା ପ୍ରଥମ ଥର ବିଶ୍ୱକପ୍ ଫାଇନାଲକୁ ପ୍ରବେଶ କରିବାକୁ ଯଥାସମ୍ଭବ ଚେଷ୍ଟା କରିବ ।
ଆଜିର ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ 9 ଟି ଲେଖାଏଁ ମ୍ୟାଚ୍ ଖେଳି ପ୍ରତ୍ୟେକ 7 ଟି ମ୍ୟାଚ୍ ଜିତି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି ।

ଆଜିର ମ୍ୟାଚରେ ବି କିଛି ରେକର୍ଡ ହୋଇପାରେ । ବୋଲିଂରେ ଅଷ୍ଟ୍ରେଲୀୟ ଲେଗ୍‌ ସ୍ପିନର ଆଡ଼ାମ ଜାମ୍ପା 22 ୱିକେଟ୍‌ ଅକ୍ତିଆର କରି ଅଗ୍ରଣୀ ୱିକେଟ୍‌ ହାସଲକାରୀଙ୍କ ମଧ୍ୟରେ ପ୍ରଥମରେ ରହିଛନ୍ତି । ଓପନିଂ ବ୍ୟାଟର୍‌ ଡେଭିଡ ୱାର୍ଣ୍ଣର ଚଳିତ ବିଶ୍ବକପ୍‌ରେ 500 ରନ୍‌ଠୁ ‌ଗୋଟିଏ ରନ୍‌ କମ୍‌ରେ ରହିଛନ୍ତି । ଏଥିରେ ସେ ଦୁଇ ଟି ଶତକ ମାରିଥିଲା ବେଳେ ପାକିସ୍ତାନ ବିପକ୍ଷରେ 163 ରନ୍‌ର ସର୍ବୋଚ୍ଚ ରନ୍‌ ରହିଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳି ନଥିବା ବାମହାତୀ ‌ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ମ୍ୟାକ୍ସୱେଲ୍‌ ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଅଷ୍ଟମ ସେମିଫାଇନାଲ୍‌କୁ ଫେରିବାର ସମ୍ଭାବନା ରହିଛି ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ

ତେମ୍ବା ବଭୂମା, କ୍ୱିଣ୍ଟନ୍ ଡି କକ୍, ରାସି ଭାନ୍ ଡେର୍ ଡୁସେନ୍, ଆଡେନ ମାର୍କ୍ରାମ, ହେନରିକ୍ କ୍ଲାଁସେ, ଡେଭିଡ ମିଲର, ମାର୍କୋ ଜାନସେନ୍, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ନିଗିଡି

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ

ଡେଭିଡ ୱାର୍ନର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନୁସ ଲାବୁସାଗ୍ନେ, ଗ୍ଲେନ ମ୍ୟାକ୍ସୱେଲ୍, ଆଲେକ୍ସ କାରି, ମାର୍କସ ଷ୍ଟୋଇନିସ, ପାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡ଼ାମ ଜାମ୍ପା, ଜୋସ ହାଜେଲଉଡ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+