Get Updates
Get notified of breaking news, exclusive insights, and must-see stories!

IND vs NED: ବାଧକ ସାଜିବ ବର୍ଷା ! କଣ କହୁଛି ବେଙ୍ଗାଲୁରୁର ପାଣିପାଗ

IND vs NED: ବିଶ୍ୱକପ୍ 2023 ରେ ଆଜି ଶେଷ ଲିଗ୍ ମ୍ୟାଚ୍ । ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଆଜି ଖେଳାଯିବ ମ୍ୟାଚ୍ । ଭାରତୀୟ ଦଳ କ୍ରମାଗତ ଆଠଟି ମ୍ୟାଚ୍ ଜିତିସାରିଛି । ଏହା ପର ଲଗାତାର ନବମ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିବାର ସୁଯୋଗ ପାଇଛି । ଏହା ସହ ଟିମ୍ ଇଣ୍ଡିଆ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି ।

ind vs ned

ଭାରତୀୟ ଦଳ ବର୍ତ୍ତମାନ ଭଲ ଫର୍ମ ରେ ଅଛି । ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଏଭଳି ପରିସ୍ଥିତିରେ ନେଦରଲ୍ୟାଣ୍ଡ ଦଳ ପାଇଁ ଭାରତକୁ ସାମ୍ନା କରିବା ସେତେଟା ସହଜ ହେବ ନାହିଁ ।

ବର୍ଷା ସାଜିବ ବାଧକ !

ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବ କି ନାହିଁ ତା ଉପରେ ରହିଛି ସମସ୍ତଙ୍କ ନଜର । ବେଙ୍ଗାଲୁରୁର ପାଗ ପ୍ରାୟତଃ ଭଲ ରହିବ । ବର୍ଷା ହେବାର କୌଣସି ସମ୍ଭାବନା ରହିବ ନାହିଁ । ବର୍ଷା ହେବା ନେଇ ମାତ୍ର ତିନି ପ୍ରତିଶତ ସମ୍ଭାବନା ଅଛି । ଯାହା ଅତ୍ୟନ୍ତ କ୍ଷୀଣ । ଆକାଶ ମେଘୁଆ ହୋଇପାରେ କିନ୍ତୁ ବର୍ଷା ହେବାର ସେତେଟା ସମ୍ଭାବନା ନାହିଁ । ଦର୍ଶକ ମ୍ୟାଚ୍ ପୂରା ଉପଭୋଗ କରିବାର ସୁଯୋଗ ପାଇବେ । ଦୀପାବଳି ଏବଂ ରବିବାର ଏକାଠି ପଡ଼ୁଥିବାରୁ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିପାରେ ।

ପିଚ୍ ରିପୋର୍ଟ

ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ବ୍ୟାଟିଂ ପାଇଁ ପିଚ୍ ଭଲ ହେବ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲା ଯେ ପିଚ୍ ସଂପୂର୍ଣ୍ଣ ଫ୍ଲାଟ ଥିଲା । ଏଥର ମଧ୍ୟ ପିଚ୍ ସଂପୂର୍ଣ୍ଣ ସମତଳ ହୋଇପାରେ । ପ୍ରଥମେ ବ୍ୟାଟିଂ କରିବା ଦଳ ଏହି ପିଚ୍‌ରେ ଏକ ବଡ଼ ସ୍କୋର କରିବାର ସୁଯୋଗ ପାଇବେ । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ସଠିକ୍ ବିବେଚନା କରାଯାଇପାରେ ।

ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସବ କୃଷ୍ଣ, ରବିଚାନ୍ କୃଷ୍ଣ, ଶାର୍ଦ୍ଦୁଲ ଠାକୁର

ନେଦରଲ୍ୟାଣ୍ଡ ଦଳ

ସଲି ବାରେସି, ମ୍ୟାକ୍ସ ଓ'ଡାଉଡ୍, କଲିନ୍ ଆକ୍କର୍ମନ୍, ସାଇବ୍ରାଣ୍ଡ୍ ଏଙ୍ଗେଲବ୍ରେଚ୍, ସ୍କଟ୍ ଏଡୱାର୍ଡସ୍ (wk / c), ବାସ୍ ଦେ ଲିଡେ, ତେଜା ନଡାମାନୁରୁ, ଲୋଗାନ୍ ଭାନ୍ ବେକ, ରୁଲୋଫ୍ ଭାନ୍ ଡେର୍ ମେରୱେ, ଆର୍ଯ୍ୟନ୍ ଦତ୍ତ, ପଲ୍ ଭାନ୍ ମେକେରେନ୍, ସାକିବ୍ ଜୁଲଫିକର, ବିକ୍ରମଜିତ୍ ସିଂ , ଶରିଜ ଅହମ୍ମଦ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+