World Cup 2023: କିଏ କରିଛି ସର୍ବାଧିକ ରନ୍, ଟପ୍ -5 ତାଲିକାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍
World Cup 2023: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ 2023 ର ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଶେଷ ହୋଇଛି । ଏହି ସିଜିନର ଶେଷ ଲିଗ୍ ମ୍ୟାଚ୍ ରେ ଭାରତ, ନେଦରଲ୍ୟାଣ୍ଡକୁ ଅତି ସହଜରେ ପରାସ୍ତ କରିଛି । ଏହା ପରେ ଟୁର୍ଣ୍ଣାମେଣ୍ଟର କେବଳ ତିନୋଟି ମ୍ୟାଚ୍ ବାକି ଅଛି । ସେଥିମଧ୍ୟରୁ ଦୁଇଟି ସେମିଫାଇନାଲ ଏବଂ ଗୋଟିଏ ଫାଇନାଲ୍ ମ୍ୟାଚ୍ ରହିଛଇ । ଭାରତ ଦଳ ବର୍ତ୍ତମାନ ସୁଦ୍ଧା ଲିଗ୍ ପର୍ଯ୍ୟାୟରେ ସମସ୍ତ 9 ଟି ମ୍ୟାଚ୍ ଜିତି ଏକ ରେକର୍ଡ କରିଛି । ଏହା ସହ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚ କୋଟ୍ଟୀର ରହିଛି । ଏହା ବାଦ୍ ଏଥର ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚରେ ରନ୍ ବର୍ଷା ଦେଖିବାକୁ ମିଳିଥିଲା । ଅନେକ ଦଳ ବ୍ୟାଟ୍ସମ୍ୟାନ୍ ଧୁଆଁଧାର ବ୍ୟାଟିଂ କରି ବିଶାଳ ରନ୍ ସ୍କୋର କରିଥିଲେ ।
ତେବେ ଆସନ୍ତୁ ଜାଣିବା ଏପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟର ଶ୍ରେଷ୍ଠ- 5 ବ୍ୟାଟ୍ସମ୍ୟାନ୍ କିଏ ....
ବିଶ୍ୱକପ୍ରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ କିଏ କରିଛନ୍ତି ?
ଲିଗ୍ ପର୍ଯ୍ୟାୟ ପରେ, ODI ବିଶ୍ୱକପ୍ 2023 ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ତାଲିକାରେ ପ୍ରଥମ ନାମ ହେଉଛି ଭାରତର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ବିରାଟ୍ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିଛନ୍ତି । ରବିବାର ଦିନ ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡ ବିପକ୍ଷରେ 51 ରନ୍ କରିବା ପରେ ପୂର୍ବତନ ଅଧିନାୟକ ଟୁର୍ଣ୍ଣାମେଣ୍ଟରେ ନଅ ମ୍ୟାଚ୍ରେ ମୋଟ୍ 594 ରନ୍ ସଂଗ୍ରହ କରିଛନ୍ତି । କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଦୁଇଟି ଶତକ ହାସଲ କରିଛନ୍ତି ।

ଦୁଇ ନମ୍ବରରେ ରହିଛନ୍ତି ଏହି ଖେଳାଳି
ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଦ୍ୱିତୀୟ ନାମ ହେଉଛି ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ । ସେ ବିଶ୍ୱକପ୍ ପରେ ଏହି ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୱିଣ୍ଟନ୍ ଡି କକ୍ 591 ରନ୍ ସହ ଟୁର୍ନାମେଣ୍ଟର ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇପାରିଛନ୍ତି । କ୍ୱିଣ୍ଟନ୍ ଡି କକ୍ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଚାରି ଶତକ ହାସଲ କରିଛନ୍ତି ।
ତିନି ନମ୍ବରରେ ରହିଛନ୍ତି ରଚିନ୍ ରବିନ୍ଦ୍ର
ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ନୂଆ ବ୍ୟାଟ୍ସମ୍ୟାନ୍ ରଚିନ୍ ରବିନ୍ଦ୍ରଙ୍କ ନାମ ତୃତୀୟ ସ୍ଥାନରେ ରହିଛି । ରବିନ୍ଦ୍ର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ତିନି ଶତକ ହାସଲ କରିଛନ୍ତି । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ରାଚିନ୍ ରବିନ୍ଦ୍ରଙ୍କ ନାମରେ ମୋଟ 565 ରନ୍ ରହିଛି ।
ଚତୁର୍ଥ ସ୍ଥାନରେ ଏହି ଭାରତୀୟ ଖେଳାଳି
ଗୋଟିଏ ଶତକ ସହ ଏହି ତାଲିକାରେ ଭାରତ ଅଧିନାୟକ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସମାନ ସଂସ୍କରଣରେ 500 ରନ୍ ରେକର୍ଡ ଅତିକ୍ରମ କରିଛନ୍ତି । ସେ 2019 ବିଶ୍ୱକପରେ 648 ରନ୍ ସହ ଅଗ୍ରଣୀ ରନ୍ ସ୍କୋରର ଥିଲେ । ଏହି ସିଜନ୍ ରେ ରୋହିତ ଶର୍ମା ଲିଗ୍ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 503 ରନ୍ ସଂଗ୍ରହ କରିଛନ୍ତି ।
ପଞ୍ଚମରେ ଡେଭିଡ ୱାର୍ନରେ
ଅଷ୍ଟ୍ରେଲୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନରଙ୍କ ନାମ ଟପ୍- 5 ଖେଳାଳି ତାଲିକାରେ ଶେଷରେ ତଥା ପଞ୍ଚମ ସ୍ଥାନରେ ରହିଛି । ଯିଏ ଏପର୍ଯ୍ୟନ୍ତ 9 ଟି ମ୍ୟାଚ୍ ରେ 499 ରନ୍ ସଂଗ୍ରହ କରିଛନ୍ତି । ୱାର୍ଣ୍ଣର ଏପର୍ଯ୍ୟନ୍ତ ବିଶ୍ୱକପରେ ଚାରିଟି ଶତକ ହାସଲ କରିଛନ୍ତି ।












Click it and Unblock the Notifications