World Cup 2023: ଏହି ଦଳକୁ ଭେଟିବ ରୋହିତ୍ ବାହିନୀ
World Cup 2023, Ind Vs Afg: ବିଶ୍ୱକପ୍ 2023 ରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ରେ କଙ୍ଗାରୁ ଦଳକୁ ପରାସ୍ତ କରିବା ପରେ ଆଜି ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଦ୍ୱିତୀୟ ମ୍ୟାଚ୍ । ଅପରାହ୍ନ 2 ଟା ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।

ଆଇସିସି ODI ବିଶ୍ୱକପ 2023 ରେ ଏହା ଉଭୟ ଦଳର ଦ୍ୱିତୀୟ ମ୍ୟାଚ୍ ହେବ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ପଲା ଭାରୀ ରହିଛି । ଭାରତ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ବିପକ୍ଷରେ ମୋଟ ତିନୋଟି ମ୍ୟାଚ୍ ଖେଳିଛି । ଭାରତ ତିନୋଟି ODI ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି । ଦୁଇ ଦଳ ମଧ୍ୟରେ ଶେଷ ODI ମୁକାବିଲା ଇଂଲଣ୍ଡରେ 2019 ବିଶ୍ୱକପ୍ରେ ହୋଇଥିଲା ।
ଆଫଗାନିସ୍ତାନ ଏହାର ପ୍ରଥମ ଆଇସିସି ବିଶ୍ୱକପ 2023 ମ୍ୟାଚ୍ 7 ଅକ୍ଟୋବରରେ ଧର୍ମଶାଳାରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ସେଠାରେ ଦଳକୁ 6 ୱିକେଟ୍ ରେ ପରାସ୍ତ ହେବାକୁ ପଡ଼ିଥିଲା । ଅନ୍ୟପକ୍ଷରେ ଚେନ୍ନାଇରେ ହୋଇବାକୁ ଥିବା ମ୍ୟାଚରେ ଭାରତୀୟ ଦଳ କଙ୍ଗାରୁ ଦଳକୁ 6 ୱିକେଟରେ ପରାସ୍ତ କରିଛି । ଏହା ପରେ ମେନ୍ ଇନ୍ ବ୍ଲୁ ଆଜି ନିଜର ଦ୍ୱିତୀୟ ବିଜୟ ଅଭିଯାନରେ ପଡି଼ଆକୁ ଓହ୍ଲାଇବ । ସେହିପରି ଅଫଗାନିସ୍ତାନ ମ୍ୟାଚ୍ ଜିତି ନିଜ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ।
ସଚିନଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିରାଟ୍
ସେପଟେ ଅରୁଣ ଜେଟଲୀ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି ବିରାଟ କୋହଲି । ସଚିନ ଏଠାରେ 8 ଟି ମ୍ୟାଚରୁ 300 ରନ ସଂଗ୍ରହ କରିଥିବା ବେଳେ କୋହଲି 7 ଟି ମୁକାବିଲାରେ 222 ରନ କରିଛନ୍ତି । ସେ ଯଦି ଆଉ 79 ରନ କରିବେ ତା'ହେଲେ ସଚିନଙ୍କ ରେକର୍ଡ ଭାଙ୍ଗିବେ ।
ଆଫଗାନିସ୍ତାନ ସାମ୍ଭାବ୍ୟ ଟିମ୍-
ହାଶମତୁଲ୍ଲା ସାହିଦି (ଅଧିନାୟକ), ରହମାନୁଲ୍ଲା ଗୁରୁବାଜ (wk), ଇବ୍ରାହିମ ଜାଦ୍ରାନ୍, ରହମତ୍ ଶାହା, ନଜିବୁଲ୍ଲା ଜାଦ୍ରାନ୍, ମହମ୍ମଦ ନବୀ, ଆଜମୁତୁଲ୍ଲା ଉମରଜାଇ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ-ଉଲ-ହକ, ଫଜଲହକ୍ ଫାରୁକ୍ ।
ଆଫଗାନିସ୍ତାନ ସାମ୍ଭାବ୍ୟ ଟିମ୍-
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।












Click it and Unblock the Notifications