IND Vs NZ: ସେମିଫାଇନାଲକୁ ନେଇ ଏମିତି କହିଲେ ରୋହିତ, ନ୍ୟୁଜିଲ୍ୟାଣ୍ଡକୁ କଲେ ଚ୍ୟାଲେଞ୍ଜ

IND Vs NZ: କାଲିର ମ୍ୟାଚ୍ ଉପରେ ସାରା ବିଶ୍ୱର ନଜର । ଭାରତୀୟ ଦଳ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରି ସାରଛି । ଆସନ୍ତା କାଲି ପ୍ରଥନ ସେମି ଫାଇନାଲରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ବୁଧବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ ।

Rohit Sharma

ଏହି ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । କେଉଁ ଦଳ ବେଶୀ ଭଲ ତାହା କହିବା କଷ୍ଟକର ବୋଲି ରୋହିତ କହିଛନ୍ତି । ରୋହିତ କହିଛନ୍ତି, ମୁଁ 2011 ବିଶ୍ୱକପ୍ ଖେଳି ନାହିଁ, ଆମେ ଜିତିଥିଲୁ । ମୁଁ 2015 ଏବଂ 2019 ବିଶ୍ୱକପରେ ଖେଳିଛି । ମୁଁ ବି କହିପାରିବି ନାହିଁ ଯେ 2019 ଦଳ 2023 ଦଳ ଅପେକ୍ଷା ଭଲ ଥିଲା । ମୁଁ ଦଳ ପ୍ରଦର୍ଶନ ବିଷୟରେ କହିପାରେ, ଏହି ଦଳର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି ।

ଗତ ବିଶ୍ୱକପ୍‌ରେ କ'ଣ ହୋଇଥିଲା ବୋଲି ରୋହିତ ଶର୍ମାଙ୍କୁ ପଚରାଯାଇଥିଲା । ଏହା ଉପରେ ଭାରତୀୟ ଅଧିନାୟକ କହିଛନ୍ତି ଯେ ଯାହା ହୋଇଯାଇଛି, ତାହା ଅତୀତ । ବର୍ତ୍ତମାନ ଆମେ କଣ କରିପାରିବା ସେ ନେଇ ଆମେ ଆଲୋଚନା କରିବା । ଅତୀତରେ କଣ ହୋଇଥିଲା ସେ ବିଷୟରେ ବିତର୍କ ହେବା ଉଚିତ୍ ବୋଲି ମୁଁ ଭାବୁନାହିଁ ।

ଡ୍ରେସିଂ ରୁମରେ ଦଳର ସମନ୍ୱୟ ସମ୍ପର୍କରେ ରୋହିତ ଶର୍ମା ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଧର୍ମଶାଲାରେ ଏକ ମ୍ୟାଚ୍ ଥିଲା, ସେଦିନ ଡ୍ରେସିଂ ରୁମରେ ଏକ ଫ୍ୟାଶନ ସୋ ଥିଲା । ତେବେ ଏଥିରେକିଏ ଜିତିଛି ସେ କହି ନାହାଁନ୍ତି । ସେ କହିଛନ୍ତି ଦଳ ଭିତରେ ସବୁ ଖେଳାଳିଙ୍କ ମଧ୍ୟରେ ଭଲ ସମନ୍ୱୟ ରହିଛି । ସମସ୍ତେ ଭଲ ପ୍ରଦର୍ଶନ କରୁଛନ୍ତି ।

ରୋହିତ ଶର୍ମା କିୱି ଦଳ ଉପରେ ଟିପ୍ପଣୀ କରି କହିଛନ୍ତି, ନ୍ୟୁଜିଲାଣ୍ଡ ଏକ ସ୍ମାର୍ଟ ଦଳ । ତାଙ୍କର ଏକ ସନ୍ତୁଳିତ ଦଳ ରହିଛି । ରୋହିତ ଏହା ମଧ୍ୟ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ଦଳ ବିରୋଧୀ ଦଳର ମାନସିକତା ବୁଝନ୍ତି । ଏହା ବ୍ୟତୀତ ୱାନଖେଡେ ଷ୍ଟାଡିୟମରେ ଟସ୍‌କୁ ଗୁରୁତ୍ୱପୂର୍ଣ୍ଣ ମନେ ନକରି ରୋହିତ କହିଛନ୍ତି ଯେ ଟସ୍‌ ଏଠାରେ କୌଣସି ପ୍ରସଙ୍ଗ ନୁହେଁ ।

ଭାରତୀୟ ଅଧିନାୟକ ମଧ୍ୟ ଦଳ ଉପରେ ଚାପକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଆପଣ ଏକ ବିଶ୍ୱକପ୍ ମ୍ୟାଚ୍ ଖେଳିବେ, ନିଶ୍ଚିତ ଭାବେ ଚାପ ପଡ଼ିବ । ଏହି ଚାପରେ ଦଳ ଖେଳାଳିମାନେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+