World Cup 2023: ସେମି ଫାଇନାଲ ଆଶା ଉଜ୍ଜୀବିତ କଲା ପାକିସ୍ତାନ, ନ୍ୟୁଜିଲାଣ଼୍ଡକୁ କଲା ପରାସ୍ତ
World Cup 2023: ବଢିଲା ପାକିସ୍ତାନର ସେମି ଫାଇନାଲ ଆଶା । ବିଶାଳ ସ୍କୋର ସତ୍ତ୍ୱେ ନ୍ୟୁଜିଲାଣ୍ଡକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିବାର ଆଶା ଉଜ୍ଜୀବିତ କରିଛି ପାକିସ୍ତାନ ଦଳ । ଶନିବାର ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ନ୍ୟୁଜିଲାଣ୍ଡକୁ 21 ରନରେ ହରାଇ ବଡ଼ ବିଜୟ ହାସଲ କରିଛି । ଏହା ସହିତ ପାକିସ୍ତାନର ସେମି ଫାଇନାଲ୍ ଆଶା ଆହୁରି ଉଜ୍ଜୀବିତ ହୋଇଛି ।

ପାକିସ୍ତାନ ଟିମ୍ ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ପଛରେ ପକାଇ 5 ମ ସ୍ଥାନରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ 8-8 ପଏଣ୍ଟରେ ଅଛନ୍ତି । କିନ୍ତୁ ଭଲ ନେଟ୍-ରନ୍ରେଟର 4ର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଆଫଗାନିସ୍ତାନକୁ 2ଟି ମ୍ୟାଚ୍ ଖେଳିବାର ଅଛି । ପାକିସ୍ତାନର ବିଜୟ ପରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପହଞ୍ଚିଛି ।
ଅନ୍ୟପଟେ ନ୍ୟୁଜିଲାଣ୍ଡ କ୍ରମାଗତ 4 ପରାଜୟ ସହ ଦଳର ସେମି ଆଶା ସଙ୍କଟରେ ପଡ଼ି ଯାଇଛି । ଉଭୟ ଦଳ 8ଟି ମ୍ୟାଚ୍ରୁ 4ଟି ଜିତି 8 ପଏଣ୍ଟ ହାସଲ କରିଥିଲେ ହେଁ ନେଟ୍ ରନ ରେଟ୍ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ରଚିନ ରବୀନ୍ଦ୍ରଙ୍କ 108 ରନ ଓ ଅଧିନାୟକ କେନ୍ ଓ୍ଵିଲିୟମସନଙ୍କ 95 ରନର ଦମଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ 6 ଓ୍ଵିକେଟ୍ ହରାଇ 401 ରନର ବିଶାଳ ସ୍କୋର କରିଥିଲା । ଜବାବରେ ପାକିସ୍ତାନ ଦୃଢ ବ୍ୟାଟିଂ କରିଥିଲା । ଫଖର ଜମାନଙ୍କ ବିସ୍ଫୋରକ ଶତକ ବଳରେ ଦଳ 25.3 ଓଭରରେ 1 ଓ୍ଵିକେଟ୍ ହରାଇ 200 ରନ କରିଥିଲା । ତେବେ ପୁନର୍ବାର ବର୍ଷା ହେବାରୁ ଶେଷରେ ଡିଏଲଏସ ପ୍ରଣାଳୀ ଆଧାରରେ ମ୍ୟାଚ୍ର ଫଇସଲା କରାଯାଇଛି । ଆଉ ପାକିସ୍ତାନ ମ୍ୟାଚ୍କୁ 21 ରନରେ ଜିତି ନେଇଛି । ଫଖର ଜମାନ ବିସ୍ଫୋରକ ବ୍ୟାଟିଂ କରି 81 ବଲ୍ରୁ 126 ରନ କରି ଅପରାଜିତ ଥିବା ବେଳେ ଅଧିନାୟକ ବାବର ଆଜମ ମଧ୍ୟ 66 ରନ କରି କ୍ରିଜରେ ଥିଲେ ।












Click it and Unblock the Notifications