Get Updates
Get notified of breaking news, exclusive insights, and must-see stories!

World Cup 2023: ଆଜି ପାକିସ୍ତାନକୁ ଭେଟିବ ଏହି ଦଳ

World Cup 2023: କ୍ରିକେଟ୍ ବିଶ୍ୱକପର ପ୍ରଥମ ମ୍ୟାଚ୍ ଗତକାଲି ସରିଛି । ଏହା ପରେ ଦ୍ୱିତୀୟ ଦିନରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ନେଦରଲ୍ୟାଣ୍ଡ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେଏହି ମ୍ୟାଚ୍ ଖେଳାଯିବ । ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ୱାର୍ମ ଅପ୍ ମ୍ୟାଚ୍ ହାରିଯିବା ପରେ ବାବର ଆଜମ ନେତୃତ୍ୱାଧୀନ ଦଳ ପଡ଼ିଆକୁ ଓହ୍ଲାଇବ । ଅପରାହ୍ନ 2 ଟାରୁ ମ୍ୟାଚ୍ ଆରମ୍ଭ ହେବ ।

Pak Vs NED

ଏସିଆ କପ୍ 2023 ରେ ମେନ ଇନ୍ ଗ୍ରୀନ୍ ମଧ୍ୟ ବହୁତ ଖରାପ ଅଭିଯାନ କରିଥିଲା । ଭାରତ ଏବଂ ଶ୍ରୀଲଙ୍କା ଠାରୁ ହାରିବା ପରେ ସୁପର ଫୋର୍ ପର୍ଯ୍ୟାୟରୁ ବାହାରିବାକୁ ପଡ଼ିଥିଲା । ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ ଜୁନରେ ଜିମ୍ବାୱେରେ ଖେଳାଯାଇଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ଗୋଟିଏ ଦିନିକିଆ ଖେଳିଛି । ଏହି ସମୟରେ, ଲଗାତାର ବର୍ଷା ହେତୁ ଅଷ୍ଟ୍ରେଲିଆ ଏବଂ ଭାରତ ବିପକ୍ଷ ବିଶ୍ୱକପ ଅଭ୍ୟାସ ମ୍ୟାଚ୍ ବାତିଲ୍ ହୋଇଥିଲା ।

ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ ଏପର୍ଯ୍ୟନ୍ତ 6 ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି । 6-0 ରେକର୍ଡ ସହ ପାକିସ୍ତାନ ମଜବୁତ୍ ସ୍ଥିତିରେ ଅଛି । ODI ବିଶ୍ୱକପରେ ଉଭୟ ଦଳ ଦୁଇଥର ମୁହାଁମୁହିଁ ହୋଇଛନ୍ତି ଏବଂ ପାକିସ୍ତାନ ଉଭୟ ଥର ଜିତିଛି ।

7 ବର୍ଷ ପରେ ପାକିସ୍ତାନ କ୍ରିକେଟ୍‌ ଦଳ ଭାରତରେ ତାହାର ପ୍ରଥମ ଆନୁଷ୍ଠାନିକ ମ୍ୟାଚ୍‌ ଖେଳିବ । ୱାର୍ମ ଅପ୍‌ ମ୍ୟାଚ୍‌ ବେଳେ ପାକିସ୍ତାନ ବହୁତ୍ ଏକ୍ସପେରିମେଣ୍ଟ କରିଥିଲା । କିନ୍ତୁ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଦଳ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଓହ୍ଲାଇବାକୁ ଚାହିଁବ । କାରଣ ଏତେ ବର୍ଷ ପରେ ଭାରତରେ ଖେଳିବାକୁ ଆସିଥିବାରୁ ପାକିସ୍ତାନ ଏକ ବଡ଼ ଧରଣର ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ ।

ଏଥି ସହିତ ହାଇଦ୍ରାବାଦ ପିଚ୍ ସବୁ ବେଳେ ହାଇସ୍କୋରିଂ ମ୍ୟାଚ୍‌ ପାଇଁ ଜଣାଶୁଣା । ପାକିସ୍ତାନ ମଧ୍ୟ ୱାର୍ମ ଅପ୍‌ରେ ପିଚ୍‌କୁ ଭଲଭାବେ ପରଖି ସାରିଛି । ଅଧିନାୟକ ବାବର ଅଜମ୍‌ ଏବେ ଭଲ ଫର୍ମରେ ଅଛନ୍ତି । ୱାର୍ମ ଅପ୍‌ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ମାରିଥିଲେ । ତେଣୁ ଏହି ଫର୍ମକୁ ପ୍ରଥମ ମ୍ୟାଚ୍‌ରେ ବଜାୟ ରଖିବାକୁ ଚାହିଁବେ ।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଫକର ଜାମନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌, ମହମ୍ମଦ ରିଜୱାନ, ସାଉଦ ସକିଲ୍‌/ଅଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମ୍ମଦ ନୱାଜ, ହାସନ ଅଲ୍ଲୀ, ସାହିନ ଶାହ ଆଫ୍ରିଦି, ହାରିସ ରୌଫ।
ସମ୍ଭାବ୍ୟ ନେଦରଲାଣ୍ଡ୍ସ ଏକାଦଶ: ବିକ୍ରମଜୀତ ସିଂହ, ମ୍ୟାକ୍ସ ଓ'ଦାଉଦ୍‌, ୱେସଲି ବାରେସି, ବାସ୍‌ ଡି' ଲିଡେ, କୋଲିନ୍‌ ଆକେରମାନ, ସ୍କଟ୍‌ ଏଡୱାର୍ଡ୍ସ, ରିୟାନ କ୍ଲେଇନ୍‌, ଲୋଗାନ୍ ଭାନ୍‌ ବିକ୍‌, ରୋଇଲଫ୍‌ ଭାନ ଦର ମରୱି, ସାରିଜ ଅହମଦ, ପଲ୍‌ ଭାନ୍‌ ମିକିରେନ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+